csstore

ପବିତ୍ର ଗୁରୁଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ପବିତ୍ର ଗୁରୁଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପୂର୍ଣ୍ଣଚନ୍ଦ୍ର ନିଆଲ, ଅଙ୍ଗନବାଡ଼ି କର୍ମୀ ସଙ୍ଗୀତା ବଏ, ଶିକ୍ଷକ କିଶୋର ବରିହା, ଶିକ୍ଷୟିତ୍ରୀ ଦେବକୀ ତାଣ୍ଡି, ଅଗସ୍ତି ମାଝୀ, ଛିନେ ମାଝୀ ସମେତ ଅନ୍ୟ ସଭ୍ୟସଭ୍ୟା ଯୋଗ ଦେଇଥିଲେ । ସର୍ବ ପ୍ରଥମେ ଡ.ସର୍ବପଲ୍ଲୀ ରାଧାକ୍ରିଷନଙ୍କ ଫଟୋଚିତ୍ରରେ ପୁଷ୍ପ ଓ ଧୂପ ପ୍ରଦାନ କରାଯାଇଥିଲା । ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶ ନିଜ ବକ୍ତବ୍ୟରେ କହିଲେ ଯେ, ବର୍ତ୍ତମାନର ଘଡିସନ୍ଧି ମୁହୂର୍ତ୍ତରେ କରୋନା ମହାମାରୀ ସହିତ ଡେଙ୍ଗୁ, ଚିକୁନଗୁନିଆ ଜ୍ୱର ତାଙ୍କର କାୟା ବିସ୍ତାର କରିବାରେ ଲାଗିଛନ୍ତି । ଏଣୁ ଶିକ୍ଷକ ଶିକ୍ଷୟିତ୍ରୀ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ମାନଙ୍କର ସଚେତନତା ସୃଷ୍ଟି କରିବା ଗୁରୁ ଦାୟିତ୍ବ ରହିଛି । ତାପରେ ସମସ୍ତେ ମିଶି ଗାଁରେ ପମ୍ପ୍ଳିଟ ବାଣ୍ଟିବା ସହିତ ଡେଙ୍ଗୁ, ଚିକୁନଗୁନିଆ ଓ କରୋନା ରୋଗ ଉପରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.