- ଗୋପବନ୍ଧୁ ପାଠାଗାରରେ ଗୁରୁ ଦିବସ ସହ ଅଜିତ ଦାସ ସ୍ମୃତି ସାରସ୍ଵତ ସମାରୋହ ଅନୁଷ୍ଠିତ
ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର ଗୁରୁଦିବସ ଅବସରରେ ଗୋପବନ୍ଧୁ ପାଠାଗାରରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବ ସହିତ ଅଜିତ ଦାସ ସ୍ମୃତି ସାରସ୍ଵତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ ସହ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରୀମାନେ ବେଦ ମନ୍ତ୍ର ଉଚ୍ଚାରଣ କରିଥିଲେ । ସଭାର ସଭାପତି ନବଘନ ସାହୁଙ୍କ ପୌରୋହିତ୍ୟରେ ଏବଂ କବି ରାଜୀବ ପାଣିଙ୍କ ପରିଚାଳନାରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବି ଶତପଥୀ ଏବଂ ମୁଖ୍ୟବକ୍ତା ଭାବେ ହାଇଟେକ୍ ମେଡିକାଲ୍ କଲେଜର ସୁପରିଟେଣ୍ଡେଟ୍ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଯୋଗଦେଇ ଭାରତୀୟ ପରମ୍ପରାରେ ଗୁରୁଙ୍କ ସ୍ଥାନ ଅତୁଳନୀୟ ବୋଲି ମତପୋଷଣ କରି କହିଲେ ଯେ, ଗୁରୁ ସମାଜର ନମସ୍ୟ ଓ ପ୍ରଣମ୍ୟ । ଗୁରୁ ସମ୍ଭବ ଏବଂ ସମ୍ଭାବନାର ପ୍ରତୀକ । ଗୁରୁ ଶିଷ୍ୟର ଅନ୍ତର୍ନିହିତ ଶକ୍ତିର ବିକାଶ ଘଟାଇ ଥାନ୍ତି । ଏହି ସମାରୋହରେ ପ୍ରାକ୍ତନ ବିଧାୟକ ତଥା ପାଠାଗାରର ପ୍ରତିଷ୍ଠାତା ସ୍ୱର୍ଗତ ଅଜିତ ଦାସଙ୍କ ସ୍ମୃତିରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ବିଜୟିନୀ ଜେନାଙ୍କୁ ମାନପତ୍ର, ଉପଢୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ଶିକ୍ଷକ ରାଜକୁମାର ମହାନ୍ତି ମାନପତ୍ର ପାଠ କରିଥିଲେ । ଏହି ଅବସରରେ ସଭାରେ ଉପସ୍ଥିତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ସଭାପତି ନବଘନ ସାହୁ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ ହରିହର ଶତପଥୀ ପାଠାଗାର ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ପାଠାଗାର ସମ୍ପାଦକ ଡଃ ଗିରିଜା ଶଙ୍କର ଗୋସ୍ବାମୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ସୁଶାନ୍ତ କୁମାର ଦାସ, ଲକ୍ଷ୍ମଣ ନାଥ ଦାସ, ରଞ୍ଜିତ ଦାସ, ହରିହର ନାୟକ, ବିଶ୍ବନାଥ ଜେନା, ରବୀନ୍ଦ୍ର କୁମାର ସରାଫ, ସୁରେନ୍ଦ୍ର କୁମାର ପଣ୍ଡା, କୈଳାଶ ଚନ୍ଦ୍ର ସାମଲ, ଜଗବନ୍ଧୁ ଜେନା ପ୍ରମୁଖ ସହାୟତା କରିଥିବା ବେଳେ ନିର୍ମଳ କୁମାର ଆଚାର୍ଯ୍ୟ, ତ୍ରିଶା ତନିସ୍କା ରାୟ, ଫକୀର ମୋହନ ନାୟକ, ଗଦାଧର ରଥ, ଅଞ୍ଜଳୀ ହୋତା, ଉଦୟ କୁମାର ସାହୁ, ମଧୁସୂଦନ ବଳ, ସୁଦର୍ଶନ ସାହୁ, ଭୀମସେନ ସାହୁ, ନିରୂପମା ମହାପାତ୍ର, ଏ.ସରକାର, ଇନ୍ଦ୍ରାଣୀ ସରକାର, ଅପର୍ଣ୍ଣା ପଣ୍ଡା, ଅର୍ଜୁନ କୁମାର, ଅଶୋକ ଶୁକ୍ଳା, ପୁରୁଷୋତ୍ତମ ରାଉତ, ଦେବରାଜ ଗଉଡ଼, ପ୍ରକାଶ କୁମାର ମହାନ୍ତି, ଯୋଗେଶ୍ୱର ପ୍ରଧାନ, ଦୀନବନ୍ଧୁ ମହାନ୍ତି, ଡଃ ଚନ୍ଦ୍ରକାନ୍ତୀ ନାଏକ, ରାଧାମୋହନ ନାୟକ, ଭୀମସେନ ସାହୁ, ସତ୍ୟନାରାୟଣ ମିଶ୍ର, ପ୍ରତାପ ଚନ୍ଦ୍ର ମହାନ୍ତି, ରମାକାନ୍ତ ଷଡ଼ଙ୍ଗୀ, ମଞ୍ଜୁଳା ପାତ୍ର, ଶଙ୍କର ପ୍ରସାଦ ତ୍ରିପାଠୀ, ଗୁରୁ ଚରଣ ପଟ୍ଟନାୟକ, ବିବେକାନନ୍ଦ ଜେନା, ଜଗଦୀଶ ମୋହନ ପ୍ରହରାଜ, ସ୍ନେହଲତା ପଟ୍ଟନାୟକ, ଉମେଶ ଚନ୍ଦ୍ର ଜେନା, ଏସ. କେ. ପାଣିଗ୍ରାହୀ, ଅଶୋକ କୁମାର ପଟ୍ଟନାୟକ, ଯୋଗୀନ୍ଦ୍ର ଭଞ୍ଜ, ସନାତନ ପ୍ରଧାନ, ରବୀନ୍ଦ୍ର ନାଥ ସାହୁ, ଆଲୋକ ରାୟ, ନାରାୟଣ ଚନ୍ଦ୍ର ଜେନା, ତିଳୋତ୍ତମା ବଳ, ଶ୍ରୀଧର ଥମ୍ବ, ବିଜୟ କୁମାର ବରାଳ, ବିଭୂତି ଦାସ, ମନୋରଞ୍ଜନ ପୁହାଣ, ଅଜୟ କୁମାର ମିଶ୍ର, ଡଃ ଶକ୍ତି ପ୍ରସାଦ ସାମନ୍ତରାୟ, ସୁଶାନ୍ତ କୁମାର ନାୟକ, ଶରତଚନ୍ଦ୍ର ମହାନ୍ତି, ତ୍ରିଲୋଚନ ମିଶ୍ର ପ୍ରଭୃତି ଶତାଧିକ ସଦସ୍ୟ ଏବଂ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।