csstore

ସୁବର୍ଣ୍ଣପୁର ଜିଲ୍ଲାରେ ନିଯୁକ୍ତି ପାଇବେ ୯୨ ଗୃହରକ୍ଷୀ : ଜୁନ୍ ୬ ଯାଏଁ ଆବେଦନ ପତ୍ର ଦାଖଲ କରିପାରିବେ ଇଚ୍ଛୁକ ପ୍ରାର୍ଥୀ

ବିନିକା : ଆସନ୍ତା ମାସରେ ସୁବର୍ଣ୍ଣପୁର ଜିଲ୍ଲାରେ ନିଯୁକ୍ତି ପାଇବେ ୯୨ ଗୃହରକ୍ଷୀ । ୭୨ ଜଣ ପୁରୁଷ ଓ ୧୮ ଜଣ ମହିଳା ନିଯୁକ୍ତ ହେବାକୁ ଥିବାବେଳେ ମେ’ ୨୦ ତାରିଖରୁ ଜୁନ୍ ମାସ ୬ ତାରିଖ ପର୍ଯ୍ୟନ୍ତ ଇଚ୍ଛୁକ ପ୍ରାର୍ଥୀ କେବଳ ଅଫ୍‌ଲାଇନ୍‌ରେ ଆବେଦନ ପତ୍ର ଦାଖଲ କରିପାରିବେ । ଅନଲାଇନ୍‌ରେ ଚାହିଁଲେ ସମସ୍ତ ତଥ୍ୟ ପାଇପାରିବେ ଆବେଦନକାରୀ । କମ୍ପ୍ୟୁଟର, ବାହନ ଚାଳକ ଦକ୍ଷତା, ବ୍ୟବହାରିକ ଅଭିଜ୍ଞତା, ସ୍ଵତନ୍ତ୍ର ଦକ୍ଷତା ହାସଲ କରିଥିବା ଓ ବିଶେଷ କରି ଯୁବକ-ଯୁବତୀ ଆବେଦନକାରୀଙ୍କୁ ଅଧିକ ସଂଖ୍ୟାରେ ନିଯୁକ୍ତି ସୁଯୋଗ ମିଳିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଏସ୍‌ପି ନାରାୟଣ ନାୟକ ସୂଚନା ଦେଇଛନ୍ତି । ଜିଲ୍ଲାର ସମସ୍ତ ଥାନା ମାନଙ୍କରେ ମହିଳାଙ୍କ ସୁବିଧା ପାଇଁ ମହିଳା କର୍ମଚାରୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଓ ଏହି ନିଯୁକ୍ତି ପ୍ରକ୍ରିୟାକୁ ଖୁବ୍‌ ସ୍ଵଚ୍ଛତାର ସହ ପରିଚାଳନା କରାଯିବ ବୋଲି ପ୍ରକାଶ କରି କୌଣସି ବ୍ୟକ୍ତି ଏହି ନିଯୁକ୍ତି ପାଇଁ ଯଦି ଲାଞ୍ଚ କାରବାର କରେ ତାହେଲେ ଆପଣ ସିଧାସଳଖ ଭାବେ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଜଣାଇପାରିବେ ବୋଲି ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.