ଘଡଘଡାପଲ୍ଲୀ ଗ୍ରାମରେ କରୋନା ସଚେତନତା

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଛତ୍ରପୁରବ୍ଳକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ଘଡଘଡାପଲ୍ଲୀ ଗ୍ରାମରେ କରୋନା କବଳରୁ ରକ୍ଷା ନିମନ୍ତେ ଅଙ୍ଗନାଓ୍ବାଡି-କର୍ମୀ ଶ୍ରୀମତୀ ଗାୟତ୍ରୀ ମହାନ୍ତିଙ୍କ ନେତୃତ୍ୱରେ ଓ ଆଶାକର୍ମୀ ଦମୟନ୍ତୀ ସାହୁଙ୍କ ସହଯୋଗରେ ଏକ କୋଭିଡ଼-୧୯ ସଚେତନତା ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଗ୍ରାମର ୱାର୍ଡ-ସଭ୍ୟ ଆର. କ୍ରିଷ୍ଣା, ପି. ସୁଶୀଳାଙ୍କ ସହଯୋଗରେ ଘରଘରବୁଲି ମାସ୍କ ଓ ସାବୁନ୍ ବଣ୍ଟନ କରିବା ସଂଗେସଂଗେ ମାସ୍କ ପରିଧାନ ଏବଂ ହାତକୁ ସାବୁନରେ ବହୁବାର ହାତ ଧୋଇବା ଉପରେ ଗୁରୁତ୍ୱ ପ୍ରଦାନ ପୂର୍ବକ କୋରନା ସଂକ୍ରମଣରୁ ରକ୍ଷା ପାଇବା ନିମନ୍ତେ ସତର୍କତ୍ତା ମୂଳକ ବାର୍ତ୍ତା ଦେଇ ସଚେତନତା କରାଯାଇଥିଲା । ସେଚ୍ଛାସେବୀ ଏନ. ରାଜେନ୍ଦ୍ର ରେଡ୍ଡୀ, ଯୁବନେତା କେ. ଆନନ୍ଦରାଓ , ଅବସରପ୍ରାପ୍ତ ସରକାରୀ କର୍ମଚାରୀ ବିଜୟଚନ୍ଦ୍ର ମିଶ୍ର ଓ ଅନ୍ୟମାନେ ଏହି କୋଭିଡ଼ ସଚେତନତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

6 + 14 =