ନେସେନାଲ ମାଇଗ୍ରେସନ ଇନିସିଏଟିଭ୍ ପକ୍ଷରୁ ଜାତୀୟ ୱେବିନାର : ମହାମାରୀ ସମୟରେ ଦାଦନ ଶ୍ରମିକଙ୍କ ସଂଖ୍ୟା ଓ ଦୁର୍ଦ୍ଦଶା ଅଧିକ ହେବ

କଂଟାବାଞ୍ଜି, (କୈଳାଶ ସଗ୍ରିଆ) : ନେସେନାଲ ମାଇଗ୍ରେସନ ଇନିସିଏଟିଭ୍ ତରଫରୁ ଏକ ଜାତୀୟ ୱେବିନାର ଆୟୋଜିତ ହୋଇଯାଇଛି । କୋଭିଡ୍ ସମୟରେ ଦାଦନ ଶ୍ରମିକ ମାନଙ୍କ ଘରକୁ ଫେରିବାର ପ୍ରକ୍ରିୟା ଓ ଆହ୍ୱାନ ଉପରେ ଆୟୋଜିତ ଉକ୍ତ ୱେବିନାରର ଆବାହକ କେଭି କଲେଜର ଅଧ୍ୟାପକ ଡଂ ସଂଜୟ କୁମାର ମିଶ୍ରଙ୍କ ଆବାହକତ୍ୱରେ ଜବାହାର ଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଦୀପକ କୁମାର ମିଶ୍ର ଏବଂ ଏଡ୍ ଆକ୍ଟ ଏକସନ୍ ସଂସ୍ଥାର ଦକ୍ଷିଣ ଏସିଆ ମୁଖ୍ୟ ଉମି ଡାନିଏଲ ପ୍ରମୁଖ ଅତିଥି ବକ୍ତା ଭାବରେ ଯୋଗ ଦେଇଥିଲେ । ଉତ୍ତର ପ୍ରଦେଶର ଶିକ୍ଷାବିତ ଡ଼ ଅଜିତ ପଙ୍କଜ ନେସନାଲ ମାଇଗ୍ରେସନ ଇନିସିଏଟିଭ୍‌ର ତଥା ଏ ୱେବିନାରର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ କମ୍ୟୁନିଟି ସେଣ୍ଟର ଫର୍ ପଲିସି ରିସାର୍ଚ ସିନିୟର ଫେଲୋ ଡ ସୁଜିତ କୁମାର ପୃସେଠ ମଧ୍ୟ ନିଜର ମତ ରଖିଥିଲେ । ଜୟପୁରର ମୋତିଲାଲ ମହାମଲ୍ଲିକ, ଶିକ୍ଷାବିତ ଲୋହିତାକ୍ଷ ଯୋଷୀ, ସମ୍ବାଦିକା ରାକ୍ଷୀ ଘୋଷ, ମାନବ ଅଧିକାର କର୍ମୀ ଦୀଲିପ କୁମାର ଦାସ ପ୍ରମୁଖ ବିଭିନ୍ନ ପ୍ରଶ୍ନ ଉସ୍ଥାପନ କରିଥିଲେ । ଆଲୋଚନାରେ ନୂତନ, ସାମାଜିକ ତଥା ଅର୍ଥନୈତିକ ପ୍ରକ୍ରିୟାରେ ଦାଦନ ଶ୍ରମିକଙ୍କ ସ୍ଥାନ, ଆୟ, ସାମାଜିକ ସୁରକ୍ଷା ବିଷୟରେ ବିଶଦ ଆଲୋଚନା କରାଯାଇ ସମସ୍ତ ଦାଦନ ଶ୍ରମିକଙ୍କୁ ଟୀକା ଦେବା, ଖାଦ୍ୟ ଦେବା ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ଦେବା ଉପରେ ଆଲୋଚନା କରାଯାଇଥିଲା । ମହାମାରୀ ସମୟରେ ଦାଦନ ଶ୍ରମିକଙ୍କ ସଂଖ୍ୟା ଓ ଦୁର୍ଦ୍ଦଶା ବିବୃଦ୍ଧି ପାଇବା ବୋଲି ମତ ପ୍ରକାଶ ପାଇଥିଲା । ୱେବିନାର ପ୍ରତ୍ୟେକ ମାସ ଥରେ ଲେଖାଏଁ ଆୟୋଜିତ ହେବ ବୋଲି ନିଷ୍ପତି ନିଆଯାଇଥିଲା । ସମଗ୍ର ଦେଶରୁ ପ୍ରାୟ ୫୬ଜଣ ବୁଦ୍ଧିଜୀବୀ ଏଥିରେ ଯୋଗ ଦେଇଥିଲେ । ଶେଷରେ ଆବାହକ ଡ଼ ମିଶ୍ର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

thirteen − 3 =