କେଏମ୍ଏମ୍‌ର ଜିଲ୍ଲା ସଭାପତି ଭାବେ ଦାୟିତ୍ଵ ଗ୍ରହଣ କଲେ ଘନଶ୍ୟାମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସ୍ଥିତ ସାଇରାଜ କଲ୍ୟାଣ ମଣ୍ଡପ ଠାରେ କେଏମ୍ଏମ୍‌ର ଦ୍ଵିତୀୟ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସାଙ୍ଗଠାନିକ ବିସ୍ତୁରତା ପାଇଁ ଆଲୋଚନା ହୋଇଥିଲା । ଆଜି ଘନଶ୍ୟାମ ସାହୁ କୋଶଳ ରାଏଜ ମୁକ୍ତି ମୋର୍ଚ୍ଚାର ବରଗଡ଼ ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ଗ୍ରହଣ କଲେ । ସୂଚନାଯୋଗ୍ୟ ଯେ, ଘନଶ୍ୟାମ ବର୍ତ୍ତମାନ ବିଜେପି ଯୁବ ମୋର୍ଚ୍ଚା ବରଗଡ଼ ଜିଲ୍ଲାର ସଂପାଦକ, ଭାରତୀୟ ତୈଲିକ ସାହୁ ରାଠୋର ମହାସଭାର ରାଜ୍ୟ ଯୁବ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ତୁଲାଉଛନ୍ତି । ଆଜିର ଏହି ସମ୍ବର୍ଦ୍ଧନା ସଭାରେ କୋଶଳ ସଂଗ୍ରାମୀ ଆକାଶ ପଣ୍ଡା, ମହେଶ ପଣ୍ଡା, ଗଜପତି ସାହୁ ସହ ଅନେକ ସଂଗ୍ରାମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

3 × 4 =