csstore

ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବରେ ଯାଦବ ଗୌରବ ସମ୍ମାନରେ ସମ୍ମାନିତ ହେଲେ ସାମ୍ବାଦିକ ହୁଲେଶ୍ୱର ହଂସ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦରଠାରେ ଯାଦବ ମହାସଭା ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଯାଦବ ଗୌରବ ସମ୍ମାନରେ ସାମ୍ବାଦିକ ହୁଲେଶ୍ୱର ହଂସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁରିବାହାଲ ବ୍ଲକ ଯୁବ ଯାଦବ ମହାସଭାର ସଭାପତି ଗଙ୍ଗାଧର ହେର୍ନାଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ଉତ୍କଳ ଯାଦବ ମହାସଭା ସାଧାରଣ ସମ୍ପାଦକ ପ୍ରଦୀପ ବେହେରା, ମୁଖ୍ୟବକ୍ତା ଭାବେ କୋମନା ହାଇସ୍କୁଲ ଶିକ୍ଷକ ପ୍ରେମସିନ୍ଧୁ ହେର୍ନା, ସମ୍ମାନୀୟ ଅତିଥି ଭାବେ ଉତ୍କଳ ଯାଦବ ମହାସଭା ପ୍ରକଳ୍ପ ବିଭାଗ ସଭାପତି ଲକ୍ଷ୍ମଣ ବାଗ, ଟିଟିଲାଗଡ଼ ସଭାପତି ଘିନୁ ଆଡ଼ଜୁଆଡ଼, ଯାଦବ ସମାଜ ଜିଲ୍ଲା ସଂଯୋଜକ ମନୋଜ ହାତୀ, ମୁରିବାହାଲ ବ୍ଲକ ସଭାପତି ତୀର୍ଥ ହାତୀ, ବଙ୍ଗୋମୁଣ୍ଡା ବ୍ଲକ ସଭାପତି ରାଧେଶ୍ୟାମ କେତକୀ, ତୁରେକେଲା ବ୍ଲକ ସଭାପତି ମକରନ୍ଦ ନିଆଲ, ବେଳପଡା ବ୍ଲକ ସଭାପତି ଗୋକୁଳ ଖର୍ସେଲ, ବଙ୍ଗୋମୁଣ୍ଡା ବ୍ଲକ ସାଧାରଣ ସମ୍ପାଦକ ମୁନିରାମ ନାଗ, ଜିଲ୍ଲା ସଭାପତି ପରମାନନ୍ଦ ହାତୀ, ପୂର୍ବତନ ପୋଷ୍ଟ ମାଷ୍ଟର ଘନଶ୍ୟାମ କରୁଆଁ, ତୁରେକେଲା ବ୍ଲକ ଉପସଭାପତି ଜୟଦେବ ଷାଣ୍ଢ, ଟିଟିଲାଗଡ଼ ଯାଦବ ମହାସଭାର ସମ୍ପାଦକ କୁନା ଭାଟି, ମୁରିବାହାଲ ବ୍ଲକ ଉପାଧ୍ୟକ୍ଷା ଯାଜ୍ଞସେନି ହାତୀ, ସଭାନେତ୍ରୀ ଦେବକୀ ହଂସ ପ୍ରମୁଖ ଉପସ୍ଥିତ ରହି ଭାଇଚାରାର ପର୍ବ ନୂଆଁଖାଇ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯାଦବ ଗୌରବ ସମ୍ମାନରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟରତ ଥିବା ଯୁବ ସାମ୍ବାଦିକ ହୁଲେଶ୍ୱର ହଂସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସୂଚନା ଯୋଗ୍ୟ ଯେ, ଶ୍ରୀ ହଂସ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କ ସମସ୍ୟାକୁ ପ୍ରଶାସନ ଓ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରୁଛନ୍ତି । ସାମ୍ବାଦିକଙ୍କୁ ଏହି ଭଲି ସମ୍ମାନ ଦେଇଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

jayashree
Leave A Reply

Your email address will not be published.