
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଜଗଦୀଶ ବିଶ୍ୱାଳ, ପେଷାରେ ଜଣେ ଆଇନଜୀବୀ । ବର୍ତ୍ତମାନ ଓଡିଶା ହାଇକୋର୍ଟରେ କାର୍ଯ୍ୟରତ । ନିକଟରେ ଆୟୋଜିତ କଟକ ନୃତ୍ୟୋତ୍ସବ-୨୦୨୬ ପାଳନ ଅବସରରେ ଓଡିଶା ଆଇନ୍ ରତ୍ନ ସମ୍ମାନରେ ସମ୍ମାନିତ ହୋଇ ରାଉରକେଲା ପାଇଁ ଗୌରବ ଅର୍ଜନ କରିଛନ୍ତି । ଶ୍ରୀ ବିଶ୍ୱାଳଙ୍କ ପିତା ସୁକାନ୍ତ କୁମାର ବିଶ୍ୱାଳ, ମାତା ଗୀତା ବିଶ୍ୱାଳଙ୍କ ସୁପୁତ୍ର ଜଗଦୀଶ ବିଶ୍ୱାଳ ପେଷାରେ ଜଣେ ଆଇନଜୀବୀ । ଆଇନ୍ ସେବା କ୍ଷେତ୍ରରେ ସେ ଅନେକ ଉଲ୍ଲେଖନୀୟ ଅବଦାନ ଦେଇ ଆଜି ଓଡିଶା ଆଇନ୍ ରତ୍ନ ସମ୍ମାନରେ ସମ୍ମାନିତ ହୋଇପାରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ତାଙ୍କ ପରିବାର ଆଇନଜୀବୀ ପରିବାର । ଶ୍ରୀ ବିଶ୍ୱାଳ ଜେଜେ ବାବା ସ୍ୱର୍ଗତ ନିଶାମଣି ବିଶ୍ୱାଳ ମଧ୍ୟ ପେଷାରେ ଜଣେ ଆଇନଜୀବୀ ଥିଲେ । ଜେଜେ ମା’ ନୟନା ବିଶ୍ୱାଳ ଜଣେ ସଗୃହିଣୀ ଭାବେ ବେଶ୍ ପରିଚିତ ଥିଲେ । ଶ୍ରୀ ବିଶ୍ୱାଳ ପ୍ରାୟ ୧୦ ବର୍ଷ ଧରି ଏହି ପ୍ରତିଷ୍ଠିତ ବୃତ୍ତିରେ ଜୀବନ ଉତ୍ସର୍ଗ କରି ଅଭାବୀ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଆଇନ ଓ ନ୍ୟାୟ ପ୍ରତି ତାଙ୍କର ପ୍ରତିଭା ଏବଂ ସମର୍ପଣକୁ ସମ୍ମାନ ଜଣାଇ କଟକ ନୃତ୍ୟୋତ୍ସବ କମିଟି ଶ୍ରୀ ବିଶ୍ୱାଳଙ୍କୁ “୧୭ତମ ସତସାହି କଟକ ନୃତ୍ୟୋତ୍ସବ-୨୦୨୬’ ଅବସରରେ “ଓଡ଼ିଶା ଆଇନ ରତ୍ନ ପୁରସ୍କାର-୨୦୨୬’ ଭାବରେ ସମ୍ମାନିତ କରିଛନ୍ତି ।