csstore

ଧାନ ଚାଷ ହୋଇଥିବା ଗୋଚର ଜମିରେ ଗୋରୁ ଚରେଇଲେ ଗାଁ ମହିଳା

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରା ପଞ୍ଚାୟତ ସିଲେଟପଡାଠାରେ ଗୋଚର ଜମିରେ କିଛି ବ୍ୟକ୍ତି କରିଥିବା ଧାନ ଚାଷକୁ ଗାଁର ଏସଏଚଜି ମହିଳାମାନେ ଗାଈ ଗୋରୁ ଚରେଇ ଚାଷକୁ ନଷ୍ଟ କରିଥିବା ସୂଚନା ମିଳିଛି ।

ସୂଚନା ମତେ ଏହି ଗାଁରେ ଥିବା ୪୦ଏକର ଗୋଚର ଜମିକୁ କିଛି ପ୍ରଭାବଶାଳୀ ବ୍ୟକ୍ତି ଜୋର ଜବରଦସ୍ତ ନିଜ ଅକ୍ତିଆରରେ ରଖି ଧାନ ଚାଷ କରୁଥିବାର ବାରମ୍ବାର ଅଭିଯୋଗ ପରେ ଗତ କିଛିଦିନ ତଳେ କର୍ଲାମୁଣ୍ଡା ତହସିଲଦାରଙ୍କ ହସ୍ତକ୍ଷେପ ପରେ ରାଜସ୍ୱ ବିଭାଗ ପକ୍ଷରୁ ସିଲେଟପଡାର ଗୋଚର ଜମି ଚିହ୍ନଟ କରିଥିଲେ । ତେବେ ଗୋଚର ଜମି ଚିହ୍ନଟ ହେବା ପରେ ଜବରଦଖଲକାରୀ ମାନେ ଗୋଚର ଜମିକୁ ଛାଡି ନଥିଲେ । ଏଣୁ ରବିବାର ଗାଁର ୬ଟି ଏସଏଚଜି ଦଳ ଏକଜୁଟ ହୋଇ ଚାଷ ହୋଇଥିବା ଗୋଚର ଜମିରେ ଗାଈଗୋରୁ ଚରେଇ ଚାଷକୁ ନଷ୍ଟ କରିଥିବା ଜଣାପଡିଛି ।

jayashree
Leave A Reply

Your email address will not be published.