ଗୋପାଳପୁର ବିଧାୟକଙ୍କ ଘରୁ ଅନେକ ଦସ୍ତାବିଜ, ବ୍ୟାଙ୍କ ପାସ୍‌ବୁକ ଏବଂ ୧ କିଲୋରୁ ଅଧିକ ସୁନା ଜବତ କଲା ଭିଜିଲାନ୍ସ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବହୁ ଚର୍ଚ୍ଚିତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଭୁବନେଶ୍ୱର ସ୍ଥ ସରକାରୀ ବାସଭବନ ଓ ବ୍ରହ୍ମପୁରଠାରେ ଥିବା ନିଜସ୍ୱ ବାସଭବନରେ ଏବଂ ତାଙ୍କ ସମ୍ପର୍କୀୟ ଲୋକଙ୍କ ବିଭିନ୍ନ ଘରେ ଭିଜିଲାନ୍ସ ରେଡ଼ କରି ଚଢ଼ାଉ ହୋଇଛି । ୨୩ ଘଣ୍ଟାର ମାରାଥନ ଚଢ଼ାଉ ପରେ ପୁଣି ସୋମବାର ସକାଳେ ପ୍ରଦୀପଙ୍କ ଘରେ ଚଢ଼ାଉ କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଧାୟକଙ୍କ ଘରୁ ୧ କିଲୋ ୪୪୦ କିଲୋଗ୍ରାମ ସୁନା ଜବତ ହୋଇଛି । ଏଥି ସମେତ ଭାରତର ଜଣେ ସୁନାମଧନ୍ୟ ସବ୍ୟସାଚୀ ବ୍ରାଣ୍ଡର ଗୋଟିଏ ଭଲ ଡିଜାଇନର ଗୋଟିଏ ହାର ମିଳିଛି । ଯାହାର ଆନୁମାନିକ ମୂଲ୍ୟ ୨୪ ଲକ୍ଷ ୨୬ ହଜାର ଟଙ୍କା ହେବ ବୋଲି ଭିଜିଲାନ୍ସ କର୍ତ୍ତୃପକ୍ଷ କହିଛନ୍ତି । ବିଧାୟକଙ୍କ ଜଣେ ସମ୍ପର୍କୀୟଙ୍କ ଘରୁ ନଗଦ ୨୦ ଲକ୍ଷ ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି । ପ୍ରଦୀପଙ୍କ ଘରେ ବ୍ୟବହାରିକ ବହୁ ମୂଲ୍ୟବାନ ପଦାର୍ଥ ସମସ୍ତ ଇଲକ୍ଟ୍ରୋନିକ୍ସ ସାମଗ୍ରୀର କିଣିଥିବା ପ୍ରମାଣପତ୍ର ଡକ୍ୟୁମେନ୍ଟସ, ଜରୁରୀ ଦଲିଲ, ଦସ୍ତାବିଜ, ଅନେକ ବ୍ୟାଙ୍କ ପାସବୁକ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଆଦି ଜବତ ହୋଇଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ କଟକର ଭିଜିଲାନ୍ସ ମୁଖ୍ୟଙ୍କ ନଜର ଆସିବାଠାରୁ ପ୍ରଦୀପଙ୍କ ଉପରେ ଅଡୁଆ ବଢ଼ିବାରେ ଲାଗିଛି । ସଧାରଣରେ ଏନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି ।

Leave A Reply

Your email address will not be published.

18 + 13 =