ରାଜ୍ୟସଭା ସାଂସଦ ସୁବାସ ସିଂଙ୍କ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମର ଗୁଗୁଲ ମିଟ୍

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦିବା ଘ.୧୧ ସମୟରେ ବଲାଙ୍ଗିର ପୁଇଁନ୍ତଲା ବ୍ଲକ ଅଧୀନସ୍ଥ ରାମଜୀ ଉଚ୍ଚ ବିଦ୍ୟାଳୟ କୁରୁଲର ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମର ଏକ ଗୁଗୁଲ ମିଟ୍ କାର୍ଯ୍ୟକ୍ରମ ବିଦ୍ୟାଳୟର ଆଲୁମିନୀମାନଙ୍କ ସହ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଭର୍‌ଚ୍ୟୁଆଲ୍ ମୋଡରେ ଉକ୍ତ ସଭା ଆୟୋଜିତ ହୋଇ ଏଥିରେ ୫୭ ଜଣ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଉକ୍ତ ବିଦ୍ୟାଳୟଟି ସାଂସଦଙ୍କର ପୋଷ୍ୟ ସ୍କୁଲ ହୋଇଥିବାରୁ ଶିକ୍ଷା ଓ ଶିକ୍ଷକ ସମସ୍ୟାକୁ ପ୍ରଥମେ ପୁରଣ କରିବାକୁ ପ୍ରତିଶୃତି ଦେଇଥିଲେ । ପୂର୍ବରୁ ପରିଦର୍ଶନରେ ଆସିଥିବା ସାଂସଦ ବିଦ୍ୟାଳୟର ପୁନଃରୁଦ୍ଧାର ନିମନ୍ତେ ପଶ୍ଚିମ ଓଡିଶା ବିକାଶ ପରିଷଦରୁ ପାଣ୍ଠି ଯୋଗାଇ ଦେବାର ବ୍ୟବସ୍ଥାକୁ ତୁରନ୍ତ ପହଞ୍ଚାଇବା ପାଇଁ ବିଦ୍ୟାଳୟର ହିତାକାଂକ୍ଷୀ ତଥା ଶୁଭେଚ୍ଛୁ ବିଷ୍ଣୁ ପ୍ରସାଦ କେଡିଆଙ୍କୁ ଜିଲ୍ଲାପାଳ ଓ ପ୍ରଶାସନ ସହ ଯୋଗାଯୋଗ କରିବାର ଦାୟିତ୍ୱ ଦେଇଥିଲେ । ଶେଷରେ ବରିଷ୍ଠ ଶିକ୍ଷକ ଦିଗାମ୍ବର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ମୋ ସ୍କୁଲ କାର୍ଯ୍ୟକ୍ରମ ସଭାପତି ଅଶ୍ୱିନୀ ନାଏକ ଓ କୋଷାଧ୍ୟକ୍ଷ ଅସୀତ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.