pakka

ମ୍ୟୁନିସନ୍ସ କମ୍ପାନୀ ହାତକୁ ଗଲା ବଡ଼ମାଲ ଗୋଳାବାରୁଦ କାରଖାନା : ଭିଡିଓ କନଫରେନ୍ସିଂରେ ଶୁଭାରମ୍ଭ କଲେ ସାଂସଦ ସଂଗୀତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବଡ଼ମାଲ ଗୋଳାବାରୁଦ କାରଖାନାକୁ କେନ୍ଦ୍ର ଦ୍ବାରା ପରିଚାଳିତ ହେବାକୁ ଥିବା ମ୍ୟୁନିସନ୍ସ କମ୍ପାନୀ ହାତକୁ ଯାଇଛି । ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଏହାର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବଡ଼ମାଲ ଗୋଳାବାରୁଦ କାରଖାନା ଆଜି ନିଗମ ହାତକୁ ବା କେନ୍ଦ୍ର ପରିଚାଳିତ କମ୍ପାନୀ ମ୍ୟୁନିସନ୍ସ କମ୍ପାନୀ ହାତକୁ ଚାଲିଯାଇଛି । ଏହି ଗୋଳାବାରୁଦ କାରଖାନାର ପରିଚାଳନା ଏବେ ମହାରାଷ୍ଟ୍ର ପୁନେର ମ୍ୟୁନିସନ୍ସ ଭାରତ ଲିମିଟେଡ଼ କମ୍ପାନୀ କରିବ । ସୂଚନା ଅନୁସାରେ ଏହି ନିଗମରେ ବଲାଙ୍ଗିର ଜିଲ୍ଲାର ଗୋଳାବାରୁଦ କାରଖାନା ସମତେ ଅନ୍ୟ ୧୧ଟି କାରଖାନା ସାମିଲ କରାଯାଇଛି । ସେହିପରି ଅକ୍ଟୋବର ୧ ତାରିଖରୁ ସରକାରଙ୍କ ଦ୍ବାରା ପୂର୍ବରୁ ନିଯୁକ୍ତ କର୍ମଚାରୀ ଓ ଅଧିକାରୀମାନେ ୨ ବର୍ଷର ଡେପୁଟେସନରେ ଏହି ନିଗମରେ କାର୍ଯ୍ୟ କରିବେ । ସେପଟେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଥିବା ବେଳେ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ମଧ୍ୟ ବଡ଼ମାଲ ଗୋଳାବାରୁଦ କାରଖାନା ପରିସରରେ ଉପସ୍ଥିତ ଥିଲେ । ଏହାଦ୍ୱାରା ଦେଶର ପ୍ରତିରକ୍ଷା ପାଇଁ ଆବଶ୍ୟକ ଥିବା ଅସ୍ତ୍ରଶସ୍ତ୍ର ପାଇଁ ଭାରତ ନିଜେ ନିର୍ଭରଶୀଳ ହୋଇପାରିବ ବୋଲି ଆଶା କରାଯାଇଛି ।

Leave A Reply

Your email address will not be published.

five × two =