csstore

ଟ୍ରେନ ଲାଇନରୁ ଯୁବକର ମୃତ ଦେହ ଉଦ୍ଧାର : ହତ୍ୟା ହୋଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ

କଂଟାବାଂଜି, (ମନୀଷ କୁମାର ହଂସ) : କଂଟାବାଂଜି ରେଳ ଷ୍ଟେସନର ଅନତି ଦୂରରେ ଜଣେ ଯୁବକର ମୃତ ଦେହ ରେଳ ଟ୍ରାକରୁ ଆଜି ସକାଳେ କଂଟାବାଂଜି ଜି.ଆର.ପି. ପୋଲିସ ଉଦ୍ଧାର କରିଛି । କଂଟାବାଂଜି-ତୁରେକେଲା ରେଳ ସେକ୍ସନର ମାଇଲ ଖୁଂଟ ୧୬୮/୧୪ ନିକଟରେ ଏକ ଯୁବକର ମୃତ ଦେହ ପଡିଥିବା ଖବର ପାଇ ଜି.ଆର.ପି. ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ଯୁବକ ଜଣକ ହେଲେ ସଇଁନ୍ତଲା ଥାନା ଅନ୍ତର୍ଗତ କୁଡାସିଂଘା ଗାଁର ଦୁର୍ଲଭ ପୁଟେଲ (୨୮) ବୋଲି ଜଣା ପଡିଛି । ମୃତ ଯୁବକ ଜଣକ କାଲି ରାତିରୁ ଘରୁ କେଉଁ ଆଡେ ଚାଲି ଯାଇଥିବା ବେଳେ ପରିବାର ଲୋକେ ଖୋଜାଖୋଜି କରି ପାଇ ନ ଥିବା ବେଳେ ପରେ ଘଟଣା ବିଷୟରେ ଜାଣି କଂଟାବାଂଜିରେ ପହଂଚି ହତ୍ୟା କରିଥିବା ପରିବାର ବର୍ଗ ପକ୍ଷରୁ ଅଭିଯୋଗ କରିଥିବା ବେଳେ ଜି.ଆର.ପି. ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରି ଜାଣି ପାରିଥିଲା ଯେ ଏହା ହତ୍ୟା କାଂଡ ନୁହେଁ ବରଂ ଘରୋଇ କଳିରୁ ଆତ୍ମ ହତ୍ୟା କରିଥିବା ଜି.ଆରପି. ଅଧିକାରୀ ସୀତାରାମ ସୁନାରୀ କହିଛନ୍ତି । ମୃତକ ଟ୍ରାକ୍‌ ଲାଇନରେ ପଡିଥିବା ବିଷୟ ସ୍ଥାନୀୟ ଡେପୁଟି ଷ୍ଟେସନ ମାଷ୍ଟର ବିଷ୍ଣୁ ପ୍ରସାଦ ସାହୁ ଜି.ଆର.ପି.କୁ ସୂଚନା ଦେଇଥିବା ବେଳେ ଏହାକୁ ଏକ ଅପମୃତ୍ୟୁ ମାମଲା ନଂ. ୩୭/୨୦୨୧ ରୁଜୁ କରି ଅଧିକ ତଦନ୍ତ ଚାଲୁଥିବା ଜି.ଆର.ପି. ଅଧିକାରୀ ସୁନାରୀ କହିଛନ୍ତି ।

jayashree
Leave A Reply

Your email address will not be published.