pakka

ଓ.ବି.ସି. ମଂଚ ପକ୍ଷରୁ ପଂଚାୟତ ସିଟ୍‌ ସଂରକ୍ଷଣକୁ ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

kalikesh

କଂଟାବାଂଜି, (ମନୀଷ କୁମାର ହଂସ) : ଆଗାମୀ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନୀରେ ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକର ୧୯ ଗୋଟି ପଂଚାୟତର ସଂରପଂଚ ଓ ସମିତି ସଭ୍ୟ ତଥା୨ ଗୋଟି ଜିଲ୍ଲା ପରିଷଦ ପଦପଦବୀ ପାଇଁ ସଂରକ୍ଷଣ ବିଜ୍ଞପ୍ତି ଜିଲ୍ଲାପାଳଙ୍କ ଦ୍ୱାରା ପ୍ରକାଶ ପାଇଛି । ବ୍ଲକର ୧୯ ଗୋଟି ପଂଚାୟତର ସରପଂଚ ଓ ସମିତି ସଭ୍ୟ ସହ ଜିଲ୍ଲା ପରିଷଦ ମେମ୍ବର ପାଇଁ ରୋଟେସନ ମୁତାବକ ନିର୍ବାଚନୀ ସଂରକ୍ଷଣ କରାଯାଇ ନ ଥିବା ବେଳେ ବ୍ଲକର ପଛୁଆ ବର୍ଗଙ୍କ ପାଇଁ କୌଣସି ପଦ ପଦବୀରେ ସଂରକ୍ଷିତ ରଖାଯାଇ ନାହିଁ ଏପରିକି ଓଡିଶା ଓ କେନ୍ଦ୍ର ସରକାରଙ୍କ ସଂରକ୍ଷଣ ଆଇନ ମୁତାବକ ୨୭ ଶତକଡା ଓ.ବି.ସି.ଙ୍କ ପାଇଁ ସଂରକ୍ଷଣ ରହିଥିବା ବେଳେ ଚଳିତ ନିର୍ବାଚନୀରେ ସଂପୂର୍ଣ୍ଣ ବାଦ ଦିଆଯାଇଛି । ଏପରିକି କଂଟାବାଂଜି ନିର୍ବାଚନୀ ମଣ୍ଡଳୀର ଅନ୍ୟ ଦୁଇ ବ୍ଲକ ବଙ୍ଗୋମୁଣ୍ଡା ଓ ମୁରିବାହାଲକୁ ମଧ୍ୟ ପଛୁଆ ବର୍ଗଙ୍କୁ ସଂରକ୍ଷଣରୁ ବଂଚିତ କରାଯାଇଥିବାରୁ ଓ.ବି.ସି. ମଂଚ କଂଟାବାଂଜି ତୀବ୍ର ବିରୋଧ କରି ୨୭ଶତକଡା ସଂରକ୍ଷଣକୁ ଲାଗୁକରି ନୂତନ ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ଦାବୀ ଜଣାଯାଇଛି । ଏହି ଦାବୀ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଦିଆଯାଇଛି । ଏହି ଦାବୀପତ୍ର ଦେବା ସମୟରେ ତହସିଲଦାର ଅନୁପସ୍ଥିତ ଥିବାରୁ ଅଫିସର ବରିଷ୍ଠ କିରାଣି ରାଜୁ ନାୟକଙ୍କ ଜରିଆରେ ଦିଆଯାଇଛି । ଦାବୀ ପ୍ରଦାନ ବେଳେ ଓବିସି ମଂଚ ତରଫରୁ ଶେଷଦେବ ପୁଟେଲ, ବେଦବ୍ୟାସ ନାଗ, ରାଜେନ୍ଦ୍ର ବେହେରା, ବିଦେଶି ବେହେରା, କାଲିଆ ବେହେରା, ବିଜୟ ପୁଟେଲ, କୁଂଜବନ ବେହେରା, ଦେବାର ବାରିକ, ଶେଷଦେବ ବାରିକ, ସୁଶିଲ ରାଉତ, ବଲ୍ଲଭ ରଣା, ବିକାଶ ପୁଟେଲ, ନନ୍ଦରାମ ପୁଟେଲ, ଚକ୍ର ପୁଟେଲ, ଲିକୁନ ପ୍ରଦାନ, ଗଣେଶ ବାରିକ ସହ ଶତାଧିକ ଓବିସି ପ୍ରତିନିଧି ସାମିଲ ଥିଲେ ।

pp
Leave A Reply

Your email address will not be published.

fifteen − twelve =