pakka

ଆରଏସ୍‌ଏସ୍‌ର ବିଜୟା ଦଶମୀ ଉତ୍ସବ ପାଳିତ

l2

ଡେଲାଙ୍ଗ, ( ଦିଲ୍ଲୀପ କୁମାର ଧାଉଡିଆ) : ରାଷ୍ଟୀୟ ସ୍ୱୟଂ ସେବକ ସଂଘ, ଡେଲାଙ୍ଗ ଖଣ୍ଡ ପକ୍ଷରୁ ବିଜୟା ଦଶମୀ ଉତ୍ସବ ଡେଲାଙ୍ଗ ହାଟ ବଜାର ମେଳଣ ପଡ଼ିଆରେ ମହାସମାରୋହରେ ଅନୁଷ୍ଟିତ ହୋଇଯାଇଛି । ଉକ୍ତ ଉତ୍ସବରେ ଡେଲାଙ୍ଗ ଖଣ୍ଡର ସମସ୍ତ ପଞ୍ଚାୟତରୁ ଦେଢ଼ ଶହରୁ ଅଧିକ ସ୍ୱୟଂ ସେବକମାନେ ଅଂଶ ଗ୍ରହଣ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଜୟ କୁମାର ବିଶ୍ବାଳ ଓ ମୁଖ୍ୟବକ୍ତା ଭାବେ ପ୍ରଭାତ କୁମାର ମହାପାତ୍ର ଯୋଗ ଦେଇ ରାଷ୍ଟ୍ରୀୟ ବିକାଶରେ ଓ ହିନ୍ଦୁତ୍ୱ ନିଷ୍ଠ ରାଷ୍ଟ୍ର ଗଠନରେ ସ୍ୱୟଂ ସେବକ ସଂଘର ବିବିଧ କାର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂଘର ଗୈରିକ ଧ୍ଵଜା ଉତ୍ତୋଳନ କରଯାଇଥିଲା । ସେବକମାନଙ୍କ ଶାରୀରିକ ଓ ଘୋଷ ବାଦନ କାର୍ଯ୍ୟକ୍ରମ କରଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଡେଲାଙ୍ଗ ଖଣ୍ଡ କାର୍ଯ୍ୟବାହ ଶୁଭେନ୍ଦୁ ଖଟୋଇ, କିଶୋର ପ୍ରଧାନ, ନୃସିଂହ ପ୍ରଧାନ ଓ କାହ୍ନୁଚରଣ ବେହେରା ପ୍ରମୁଖ ପରିଚାଳନା କରିଥିଲେ । ବିଜୟା ଦଶମୀ ତିଥିରେ ଡକ୍ଟର କେଶବ ରାଓ ବଳିରାମ ହେଡଗଓରଙ୍କ ରାଷ୍ଟ୍ରୀୟ ସ୍ୱୟଂ ସଂଘ ପ୍ରତିଷ୍ଠା କରଯାଇଥିଲା । ସେବକମାନେ ବିଜୟା ଦଶମୀ ଉତ୍ସବତିଥିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିଥିଲେ ।

pp
Leave A Reply

Your email address will not be published.

fourteen + two =