pakka

ବିଜୟା ଦଶମୀରେ ଦେବୀ ମା’ଙ୍କ ନଗର ପରାକ୍ରମା ଖପର ଚୁପା ଯାତ୍ରା

bbehera

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଅଧିଷ୍ଠାତ୍ରୀ ଦେବୀ ମା’ ପାଟଣେଶ୍ୱରୀଙ୍କ ପ୍ରସିଦ୍ଧ ତଥା ଐତିହାସିକ ଖପରଚୁପା ଯାତ୍ରା ଶାନ୍ତି ଶୃଙ୍ଖଳାରେ ସମ୍ପନ୍ନ ହୋଇଯାଇଛି । କୋଭିଡ଼ କଟକଣା ମଧ୍ୟରେ ସୀମିତ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଭକ୍ତିମୟ ପରିବେଶରେ ମା’ଙ୍କର ଏହି ଐତିହାସିକ ଯାତ୍ରା ସମ୍ପନ୍ନ ହୋଇଯାଇଛି । ଖଡ଼ିଆଳ ରାଜପ୍ରାସାଦ ମଧ୍ୟରେ ପୂଜାପାଉଛନ୍ତି ପାଟଖଣ୍ଡା, ମା’ ସମଲେଶ୍ଵରୀ ଏବଂ ମା’ ରକ୍ତାମ୍ବରୀ । ଆଶ୍ଵିନ ମାସ ପବିତ୍ର ବିଜୟା ଦଶମୀ ତିଥିରେ ମା’ ମନ୍ଦିରରୁ ବାହାରି ନଗର ପରାକ୍ରମା କରିଥାନ୍ତି । ନଗର ପରାକ୍ରମା କଲାପରେ ଦେବୀ ମା’ଙ୍କୁ ମନ୍ଦିର ପ୍ରବେଶ କରାଇବା ପୂର୍ବରୁ ଅନୁଷ୍ଠିତ ହୋଇଥାଏ ଖପର ଚୁପା ଯାତ୍ରା । ଏହି ଯାତ୍ରା ମା’ ବରୁଆ ବେଶରେ ଭକ୍ତଙ୍କୁ ଦର୍ଶନ ଦେବା ସହ ନଗର ପରିକ୍ରମା କରିଥିଲେ । ସେହିପରି ମା’ ଆବିର୍ଭୁତ ହେବା ସହ ପ୍ରଥମେ ଶତ୍ରୁ ନାଶର ପ୍ରତୀକ ଖପରଚୁପା ବିଧି ଅନୁଷ୍ଠିତ ହୋଇଥିଲା । ସେହିପରି ଗଡକୁ ସୁରକ୍ଷା ଦେବା ପାଇଁ ଲାଠି ପ୍ରହାର ବିଧି ସମ୍ପନ୍ନ ହୋଇଥିଲା । ସମାନ ଭାବରେ ସହର ମଧ୍ୟରେ ମା’ ପରିକ୍ରମା କରି ସହରର ଚାରି ଦିଗକୁ ରାକ୍ଷସ ଓ ଶତ୍ରୁଙ୍କଠାରୁ ସୁରକ୍ଷା ଦେବା ପାଇଁ ତନ୍ତ୍ରମନ୍ତ୍ରରେ ଆବଦ୍ଧ କରିଥିଲେ । ଏହି ଯାତ୍ରା ପାଖାପାଖି ଅଞ୍ଚଳରେ ଦୁର୍ଲ୍ଲଭ ଅଟେ । ବର୍ଷକୁ ଥରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ । ନୃତ୍ୟ ଗୀତ ଏବଂ କ୍ରୀଡା କୌତୁଳ ପ୍ରିୟ ଉଭୟ ମା’ଙ୍କ ଖପର ଚୁପା ଯାତ୍ରା ନେଇ ଶ୍ରଦ୍ଧାଳୁଙ୍କ ଅନେକ ଦୃଢ଼ ବିଶ୍ବାସ ରହିଅଛି । ଖଡ଼ିଆଲର ଯାତ୍ର ପାଳନ ନେଇ ସେବାୟତମାନେ ସତ୍ତର୍କତା ଅବଲମ୍ବନ କରିଥାନ୍ତି । ଦୁଇ ଗୋଟି ଦେବୀ ଦୁଇ ଗୋଟି ଛତ୍ରରେ ବିରାଜମାନ ହୋଇ ନଗର ପରିକ୍ରମା କରନ୍ତି । ତେଣୁ ଦେବୀଙ୍କ ଛତର ସମ୍ମୁଖରେ ଭେଟ ହେବା ଅସମ୍ଭବ ଅଟେ । ପ୍ରଥମେ ରକ୍ତାମ୍ବରୀଙ୍କ ଖପର ଚୁପା ପରେ ସମଲେଶ୍ଵରୀଙ୍କ ଖପର ଚୁପା ଯାତ୍ରା ଅନୁଷ୍ଠିତ ହୁଏ । ଛତର ନୃତ୍ୟ ଗୀତ ଖେଳ କୌତୁହଳ କରି ସେବାୟତମାନେ ଖଣ୍ଡା ବାଡ଼ି ଖେଳିଥାନ୍ତି ।

Leave A Reply

Your email address will not be published.

4 + five =