ଗୋହିରାପଦର ଗାଁରେ ବିଏସ୍‌ଏଚ୍ ଦଳ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଓ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଗୋହିରାପଦର ଗ୍ରାମର ଲକ୍ଷ୍ମୀ ପେଣ୍ଡାଲଠାରେ ବିଏସ୍ଏଚ୍‌ ଦଳ ତରଫରୁ ଶତାଧିକ ଅସହାୟ, ଗରିବ, ବିଧବା, ବୃଦ୍ଧବୃଦ୍ଧାମାନଙ୍କୁ ଶୀତବସ୍ତ୍ର ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ କରିବା ସହିତ ନିସହାୟ ଏବଂ ଗରିବ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରି ଉତ୍ତୀର୍ଣ୍ଣ ହୋଇଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ତୀବ୍ରରାଜ ମେହେରଙ୍କ ସଭାପତିତ୍ୱରେ ଡୋଲେନ୍ଦ୍ର ମେହେର, ଡୋଳାମଣୀ ଭୋଇ, ରାଜକୁମାର ହରପାଲ, ରାଜୁ ଆଢା, ଜୟକୃଷ୍ଣ ମେହେର, ପଙ୍କଜ ଭୋଇ, କାହ୍ନା ଭୋଇ, ଦୀପକ ମେହେର ଓ ଗୋହିରାପଦର ଗ୍ରାମବାସୀଙ୍କ ସହଯୋଗରେ ଏହି କାର୍ଯ୍ୟ ଗୁଡ଼ିକ ସୂଚାରୁ ରୁପେ ସମ୍ପାଦିତ ହୋଇଥିଲା । ଶୀତବସ୍ତ୍ର ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଥିବା ବୃଦ୍ଧବୃଦ୍ଧାମାନେ ବିଏସ୍‌ଏଚ୍ ଦଳକୁ ମଙ୍ଗଳ କାମନା କରିବା ସହିତ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦେଖି ବୁଦ୍ଧିଜୀବୀ ମହଲରେ ପ୍ରସଂଶା କରାଯାଉଛି । ଆଗକୁ ମଧ୍ୟ ଏହି ଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.

three × 2 =