ବଲାଙ୍ଗିରରେ ୬୧ତମ ହୋମ୍‌ଗାର୍ଡ ଡେ ପାଳିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମନୋହରପୁର ସ୍ଥିତ ରିଜର୍ଭ ପୋଲିସ୍‌ ପ୍ୟାରେଡ୍‌ ଗ୍ରାଉଣ୍ଡଠାରେ ବଲାଙ୍ଗିର ହୋମ୍‌ଗାର୍ଡ ଅର୍‌ଗାନାଇଜେସନ୍‌ ତଥା ଜିଲ୍ଲା ପୋଲିସ ପକ୍ଷରୁ ୬୧ତମ ବାର୍ଷିକ ହୋମ୍‌ଗାର୍ଡ ଡେ’-୨୦୨୩ ପାଳିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଅଭିବାଦନ ଗ୍ରହଣ କରିବା ସହ ହୋମ୍‌ଗାର୍ଡ ଦିବସ ପାଳନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଉଦ୍‌ବୋଧନ ପ୍ରଦାନ କରିଛନ୍ତି । ବାତ୍ୟା ‘ମିଗ୍‌ଜୋମ୍‌’ ପ୍ରଭାବରେ ଝିପିଝିପି ବର୍ଷା ଲାଗି ରହିଥିବା ସତ୍ୱେ ବଲାଙ୍ଗିର ହୋମ୍‌ଗାର୍ଡ ତଥା ପୋଲିସ ବିଭାଗ ପକ୍ଷରୁ ଭବ୍ୟ ପ୍ୟାରେଡ୍‌ ପ୍ରଦର୍ଶନ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ହୋମ୍‌ଗାର୍ଡ ଡିଏସ୍‌ପି ସଦାନନ୍ଦ ପୂଜାରୀଙ୍କ ସହ ବହୁ ପୋଲିସ ଅଧିକାରୀ ତଥା କର୍ମଚାରୀମାନେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.