om academy

ପୁଇଁତଲା ଥାନା ଅଂଚଳର ନାବାଳିକା ଦୁଷ୍କର୍ମ ମାମାଲା : ଦୀର୍ଘ ଚାରି ମାସ ପରେ ମୁଖ୍ୟ ଅଭିଯୁକ୍ତ ହେଲା ଗିରଫ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅଂଚଳର ନାବାଳିକା ଦୁଷ୍କର୍ମ ମାମାଲାରେ ଆଜି ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ, ଗତ ଜୁନ୍‌ ମାସରେ ପୁଇଁତଲା ଥାନା ଅଂଚଳରେ ଜଣେ ନାବାଳିକା ବଳତ୍କାର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ମାମାଲା ରୁଜୁ କରି ପୋଲିସ ତନାଘନା ତଦନ୍ତ କରିଥିଲା । ତେବେ ଦୀର୍ଘ ୪ ମାସ ପରେ ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତକୁ ପାଟଣାଗଡ ଛକ ଠାରେ ପୋଲିସ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଜଣକ ପୁଇଁତଲା ଥାନା ଅନ୍ତର୍ଗତ ସର୍ଗିପାଲିର ରଙ୍କନିଧି ମହାକୁର ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତ ଜଣକୁ ଡାକ୍ତରୀ ପରୀକ୍ଷା କରାଇବା ପରେ ଆଜି କୋର୍ଟ ଚାଲାଣ କରାଯାଇଥିବା ନେଇ ସଦର ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

1 × five =