csstore

ପାଟଣାଗଡ଼ ପୋଲିସ ଦ୍ୱାରା ୧୧୦ ବୋତଲ କଫ ସିରଫ ଜବତ, ଦୁଇ ଜଣ ଗିରଫ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପୋଲିସ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ  ପାଟଣାଗଡ଼ ଲରମ୍ଭା ମୁଖ୍ୟ ରାସ୍ତା କୁତୁମୁଣ୍ଡା ଛକରେ ଦୁଇଜଣ ମଟର ସାଇକେଲରେ ଆସୁଥିବା ବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅଟକାଇ ଅଧିକ ତଦନ୍ତ କରୁଥିବା ବେଳେ ତାଙ୍କ ପାଖରୁ ୧୧୦ ବୋତଲ କଫ ସିରଫ ଚୋରା ଚାଲାଣ ହେଉଥିବା ଦେଖିବାକୁ ପାଇଥିଲେ । ବେଆଇନ ନିଶା କରବାର ଅଭିଯୋଗରେ ଗାଇସିଲେଟ ଥାନା ତାଳପାଲିର ଧନଞ୍ଜୟ ସାହୁ ଏବଂ ଗାଇସିଲେଟର ଜିତୁ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାଟଣାଗଡ଼ ପୋଲିସ । ଅଭିଯୁକ୍ତ ମାନଙ୍କ ଠାରୁ ଦୁଇଟି ମଟର ସାଇକେଲ, ଦୁଇଟି ମୋବାଇଲ ଓ ୧୧୦ ବୋତଲ କଫ ସିରଫ ଜବତ କରାଯାଇଥିବା ସୂଚନା ଦେଇଛନ୍ତି ପାଟଣାଗଡ଼ ଥାନା ଅଧିକାରୀ ହରିବନ୍ଧୁ ଗଡ଼ତ୍ୟା ।

jayashree
Leave A Reply

Your email address will not be published.