om academy

ହାତୀ ଦାନ୍ତ ଚୋରା ଚାଲାଣ ବେଳେ ୨ ଜଣଙ୍କୁ ଗିରଫ କଲା ପୋଲିସ

jsm

ଭୁବନେଶ୍ୱର : ଭୁବନେଶ୍ୱର ମୈତ୍ରୀବିହାର ଥାନା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ହାତୀ ଦାନ୍ତ ଚୋରା ଚାଲାଣ କରୁଥିବା ୨ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ସେମାନେ ହେଲେ ଗିରିଶ କୁମାର ନାୟକ ଏବଂ ଦୀପକ ସାହୁ । ସେମାନଙ୍କ ନିକଟରୁ ହାତୀ ଦାନ୍ତ ସହିତ ବାଇକ୍ ଓ ୧୬୦ ଟଙ୍କା ଜବତ କରିଛି । ସୂଚନା ଅନୁସାରେ ରବିବାର ସନ୍ଧ୍ୟାରେ ମୈତ୍ରୀବିହାର ଥାନା ପୋଲିସ ପେଟ୍ରୋଲିଂ କରୁଥିଲା । ଏହି ସମୟରେ ପୋଲିସ କୌଣସି ସୂତ୍ରରୁ ହାତୀ ଦାନ୍ତ ଚୋରା ଚାଲାଣ ହେଉଥିବା ଖବର ପାଇଥିଲା । ସୈନିକ ସ୍କୁଲ ଛକ ନିକଟରେ ରାସ୍ତା ବ୍ଲକିଂ କରି ସମସ୍ତ ଗାଡ଼ିକୁ ଯାଞ୍ଚ କରିଥିଲା । ଗିରିଶ ଏବଂ ଦୀପକ ଯାଉଥିବା ବାଇକ୍‌କୁ ଅଟକାଇ ଯାଞ୍ଚ କରିଥିଲା ପୋଲିସ । ସେମାନଙ୍କ ନିକଟରୁ ଗୋଟିଏ ହାତୀ ଦାନ୍ତ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଥିଲା ପୋଲିସ ।

Leave A Reply

Your email address will not be published.