କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ଭୟାବହ ଅଗ୍ନିକାଣ୍ଡ

କୋଣାର୍କ : କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟର ନିକଟ ମାଙ୍କରଗୋରଡି, ଅରଖକୁଦ ସୁରକ୍ଷା ଜଙ୍ଗଲ ଓ ଭଗବତୀ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ପ୍ରାୟ ୧୦ ଏକରରୁ ଅଧିକ ସୁରକ୍ଷା ଜଙ୍ଗଲରେ ନିଆଁ ଲାଗି କାଜୁ ଓ ଝାଉଁ ଗଛ ଜଳିଯାଇଥିବା ଜଣାପଡିଛି । ଖବର ପାଇ କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ କର୍ମଚାରୀ, ଅରଖକୁଦ ଇଡିସି କର୍ମକର୍ତ୍ତା ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଥିଲେ । ବହୁତ ସମୟ ପରେ ନିଆଁକୁ ଆୟତ୍ତ କରାଯାଇଥିଲେ ମଧ୍ୟ ଏବେ ଜଙ୍ଗଲର କିଛି ସ୍ଥାନରେ ନିଆଁ ଲାଗିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

eight + 12 =