ଚନ୍ଦ୍ରଯାନ-୩ର ଇଏମ୍‌ଆଇ-ଇଏମ୍‌ସି ପରୀକ୍ଷା ସଫଳ

ନୂଆଦିଲ୍ଲୀ : ଭାରତର ମୁନ୍‌ ମିଶନ୍‌ ‘ଚନ୍ଦ୍ରଯାନ-୩’ ପ୍ରସ୍ତୁତ ହୋଇସାରିଛି । ଇତିମଧ୍ୟରେ ଏହାର ଇଏମ୍‌ଆଇ/ଇଏମ୍‌ସି (ଇଲେକ୍ଟ୍ରୋ-ମ୍ୟାଗ୍ନେଟିକ୍‌ ଇଣ୍ଟରଫରେନ୍ସ/ଇଲେକ୍ଟ୍ରୋ-ମ୍ୟାଗ୍ନେଟିକ୍‌ କମ୍ପାଟିବିଲିଟି) ପରୀକ୍ଷଣ ସଫଳ ହୋଇଛି । ଏହି ଟେଷ୍ଟ ସଫଳ ହେବା ଅର୍ଥ ଚନ୍ଦ୍ରଯାନ-୩ ଏବେ ପ୍ରକ୍ଷେପଣ ହେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ଏଥିରେ ଆଉ କୌଣସି ପ୍ରକାର ଅଭାବବୋଧ ନାହିଁ ।

ବେଙ୍ଗାଲୁରୁସ୍ଥିତ ୟୁ ଆର୍‌ ରାଓ ସାଟେଲାଇଟ୍‌ ସେଣ୍ଟରରେ ଏହି ପରୀକ୍ଷଣ କରାଯାଇଛି ।

ଚଳିତବର୍ଷ ଜାନୁଆରୀ ୩୧ ଓ ଫେବ୍ରୁଆରୀ ୨ ମଧ୍ୟରେ ଏହି ଟେଷ୍ଟ ହୋଇଥିଲା ବୋଲି ରବିବାର ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଘୋଷଣା କରିଛି । ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ କୌଣସି ସାଟେଲାଇଟ୍‌ ମିଶନ ପାଇଁ ଇଏମ୍‌ଆଇ-ଇଏମ୍‌ସି ଟେଷ୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମହାକାଶ ବାତାବରଣରେ ଏହା ତିଷ୍ଠିପାରିବ କି ନାହିଁ ତାହା ସୁନିଶ୍ଚିତ କରାଇଥାଏ ଏହି ପରୀକ୍ଷା । ଭାରତର ମୁନ୍‌ ମିଶନ୍‌ ପାଇଁ ଏହା ଏକ ବଡ଼ ମାଇଲଖୁଣ୍ଟ ବୋଲି ଇସ୍ରୋ ପକ୍ଷରୁ ଏକ ବିବୃତିରେ କୁହାଯାଇଛି । ଚଳିତବର୍ଷ ଦ୍ୱିତୀୟ କିମ୍ବା ତୃତୀୟ ତ୍ରୈମାସରେ ଚନ୍ଦ୍ରଯାନ-୩ର ପ୍ରକ୍ଷେପଣ ହୋଇପାରେ ।

Leave A Reply

Your email address will not be published.

2 × two =