oum

ମଦ ଜବତ : ୨ ଗିରଫ

jsm

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ପୁଲିସ ମଙ୍ଗଳବାର ଚଢାଉ କରି ମଦ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ତୁଷୁରାର ସତ୍ୟନାରାୟଣ ପଟ୍ଟନାୟକ(୩୪) ଓ ନୂଆପଡା ଗ୍ରାମର ସନ୍ତୋଷ ଭଣ୍ଡା(୫୨) । ସନ୍ତୋଷଙ୍କ ଠାରୁ ୮.୪ ଲିଟର ଓ ସତ୍ୟନାରାୟଣଙ୍କ ଠାରୁ ୯.୨ ଲିଟର ମଦ ଜବତ କରାଯାଇଛି । ପରେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ତୁଷୁରା ଥାନା ଅଧିକାରୀ ସଂଜୀବ ପଧାନ ସୂଚନା ଦେଇଛନ୍ତି । ଏଏସ୍‌ଆଇ ଯୋଗେଶ୍ୱର ଧରୁଆ, ଏଏସ୍‌ଆଇ ଖାମସିଂ ମାଝୀ, କନେଷ୍ଟବଳ ସୁଦାମ ସା, ମନୋଜ ପଟେଲ, ଦମୟନ୍ତୀ ଭୋଇ, ନିରାକାର ଭୋଇ, ମଙ୍ଗଳା ମାଡକାମି ପ୍ରମୁଖ ଚଢାଉରେ ସାମିଲ ଥିଲେ ।

Leave A Reply

Your email address will not be published.