pakka

୨୮ ଗ୍ରାମ ଡ୍ରଗ୍ସ ଜବତ : ୧ ଗିରଫ

bbehera

ଯାଜପୁର : ଯାଜପୁର ଅବକାରୀ ବିଭାଗ ପକ୍ଷରୁ ଯାଜପୁର ସହର ନିକଟ ମକେଇପୁର ଠାରେ ଜଣେ ଯୁବକଙ୍କ ଠାରୁ ୨୮ ଗ୍ରାମ ଡ୍ରଗ୍ସ ଜବତ ହୋଇଥିବା ଜଣାପଡିଛି । ଯାହାର ମୂଲ୍ୟ ୨ ଲକ୍ଷ ୮୦ହଜାର ହେବ । ସୂଚନା ଅନୁସାରେ, ଯୁବକ ଜଣକ ହେଲେ ପଣଷା ପଞ୍ଚାୟତ ଆଙ୍କୁଲା ଗ୍ରାମର ଶ୍ରୀତମ କୁମାର ଯେନା(୨୩) । ପୂର୍ବରୁ ସେ ଡ୍ରଗ୍ସ ଆଣି ବିକୁଥିବାର ଅବକାରୀ ବିଭାଗ ପାଖରେ ସୂଚନା ଥିଲା । ଅବକାରୀ ଅଧିକାରୀ ସ୍ୱପ୍ନାରାଣୀ ସାହୁ ପାଞ୍ଚ ଦିନ ଧରି ଶ୍ରୀତମ ଉପରେ ନଜର ରଖିଥିଲେ । ମଙ୍ଗଳବାର ତାଙ୍କୁ ମକେଇପୁର ଠାରେ ଅବକାରୀ ଅଧିକାରୀ ଶ୍ରୀମତୀ ସାହୁ ସଦଳବଳେ ଚଢାଉ କରି ତାଙ୍କଠାରୁ ୨୮ ଗ୍ରାମ ଡ୍ରଗ୍ସ ଜବତ କରିବା ସହ ଶ୍ରୀତମଙ୍କୁ କୋର୍ଟ ଚାଲାଣ କରିଛନ୍ତି ।

Leave A Reply

Your email address will not be published.

sixteen + 17 =