csstore

ସୁର ରାଉତରାୟଙ୍କୁ ଗିରଫ ଦାବିରେ ଗାଇସିଲେଟ ଥାନାରେ ଏଫ୍‌ଆଇଆର୍‌ ଦେଲେ କୋଶଲବାଦୀ ସଂଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ କିଛିଦିନ ହେଲା ସହିଦ ସ୍ୱାଧୀନତା ସଂଗ୍ରାମୀ ବୀର ମାଧୋ ସିଂ ବରିହା ଯାହାଙ୍କର ସାରା ପରିବାର ସ୍ୱାଧୀନତା ପାଇଁ ଫାଷୀ ଖୁଣ୍ଟରେ ଝୁଲି ପଡ଼ିଥିଲେ । ସେ ମହାପୁରୁଷଙ୍କର ଉପରେ ଜଟଣୀର ପୂର୍ବତନ ବିଧାୟକ ସୁର ରାଉତରାୟ ଗଣମାଧ୍ୟମ ଓ ସୋସିଆଲ୍‌ ମେଡ଼ିଆରେ ଦେଇଥିବା ଅପମାନ, ଅସମ୍ମାନ ଓ ତାଚ୍ଛଲ୍ୟ କରି ଭାଷା ପ୍ରୟୋଗ କରିଥିବାକୁ ଦୃଢ଼ ଭାବେ ନିନ୍ଦା କରାଯାଇ ସୁର ରାଉତରାୟଙ୍କୁ ଦେଶ ଦ୍ରୋହି ଘୋଷଣା କରିବା ସହିତ ଗିରଫ କରାଯାଉ ବୋଲି ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର କୋଶଲ ରାଏଜ୍‌ ମୁକ୍ତି ମୋର୍ଚ୍ଚା, କୋଶଲ ସେନା, କୋଶଲ କ୍ରିୟାନୁଷ୍ଠାନ କମିଟିର ସଂଗ୍ରାମୀ ଦେଶ ଦ୍ରୋହି ସୁର ରାଉତରାୟଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଅରବିନ୍ଦ ପଣ୍ଡା, ସରୋଜ ସାହୁ, ଗଜପତି ସାହୁ, ଲକି ସାହୁ, ସୁଜିତ ପାତ୍ର, ଆନନ୍ଦ ପଧାନ, ତିଳକ ସାହୁ ଗାଇସିଲାଟ ଥାନାରେ ଏଫ୍‌ଆଇଆର୍‌ ଦେଇଛନ୍ତି ।

jayashree
Leave A Reply

Your email address will not be published.