ତରଭା ତହସିଲଦାର ଲାଂଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ

ସୁବର୍ଣ୍ଣପୁର, ( ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ତହସିଲର ତହସିଲଦାର ସୁବ୍ରତ କୁମାର ବେହେରା ୨୦ ହଜାର ଟଙ୍କା ଲାଂଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ତରଭା ସହରର କାହ୍ନୁଚରଣ ଦାଶଙ୍କ ଠାରୁ ନିଜ ସରକାରୀ ବାସଭବନରେ ନଗଦ ୨୦ ହଜାର ଲାଂଚ ଅର୍ଥ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ଦ୍ୱାରା ଧରା ପଡିଛନ୍ତି । କାହ୍ନୁଚରଣ ଦାଶ ନିଜ ୧୦ ଡିସିମିଲ ଘରଡିହକୁ ବିକ୍ରି କରିବା ପାଇଁ ସେଲ ଡିଡ୍ ଅନୁମତି ମାଗିଥିବାବେଳେ ତରଭା ସବ୍ ରେଜେଷ୍ଟ୍ରାର୍ ଚାର୍ଜରେ ଥିବା ଅଭିଯୁକ୍ତ ତହସିଲଦାର ୨୦ ହଜାର ଟଙ୍କା ଲାଂଚ ମାଗିଥିଲେ । ଅଭିଯୋଗ ପାଇ ସମ୍ବଲପୁର ଭିଜିଲାନ୍ସ ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶରେ ସୁବର୍ଣ୍ଣପୁର, ବଲାଙ୍ଗୀର, ବରଗଡ ଓ ସମ୍ବଲପୁର ଭିଜିଲାନ୍ସ ବିଭାଗର ୪ଜଣ ଡିଏସପି ଦାଶରଥି ସେଠୀଙ୍କ ନେତୃତ୍ବରେ ଏକ ୧୦ ଜଣିଆ ଟିମ୍ ଏହି ଧରପଗଡ ଅଭିଯାନରେ ସାମିଲ ଥିଲେ । ତହସିଲଦାରଙ୍କ ନାମରେ କେସ୍ ନଂ ୨୯/୨୦୨୦ରେ ଏକ ମାମଲା ଦାଏର କରାଯାଇ କୋର୍ଟ ଫରୱାର୍ଡ କରାଯାଇଛି ।

Leave A Reply

Your email address will not be published.