pakka

ଘୁଚିପାଲି ଠାରେ ଦୁର୍ଘଟଣା : ଜଣେ ଗୁରୁତର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଦେଓଗାଁ ବ୍ଲକର ଘୁଚିପାଲି ଠାରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଠାରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ବ୍ୟକ୍ତି ଜଣକ ବଲାଙ୍ଗିର ସହରର ବରପାଲିପଡାର ନେତ୍ରାନନ୍ଦ ଠାକୁର । ସୂଚନା ଅନୁସାରେ ନେତ୍ରାନନ୍ଦ କୌଣସି ଏକ କାମ ଯୋଗୁଁ ସାଲେପାଲିକୁ ଯାଉଥିବା ସମୟରେ ଘୁଚିପାଲି ଠାରେ ଏକ ଅଜଣା ବାଇକ ଧକ୍କା ଦେଇଥିଲା । ଫଳରେ ନେତ୍ରାନନ୍ଦ ଗୁରୁତର ଅବସ୍ଥାରେ ପଡି ରହିଥିବା ବେଳେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ନେତ୍ରାନନ୍ଦଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ଆଣି ଭର୍ତ୍ତି କରିଥିବା ଜଣାପଡିଛି ।

Leave A Reply

Your email address will not be published.

13 + twelve =