jsm

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା

csstore

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି ଯେ, ଉତ୍ତର ଓଡ଼ିଶା ପାଇଁ ଏକ ନୂତନ ଟ୍ରେନ୍ ସେବା ପ୍ରଚଳନ କରାଯିବ, ଯାହା ସମଗ୍ର ରାଜ୍ୟରେ ରେଳ ସଂଯୋଗୀକରଣକୁ ଆହୁରି ସୁଦୃଢ଼ କରିବ।

ଉତ୍ତର ଓଡ଼ିଶାକୁ ରେଳ ସଂଯୋଗୀକରଣରେ ସୁଧାର ଆଣିବା ପାଇଁ ହୋଇଥିବା ଅନୁରୋଧର ଉତ୍ତରରେ ଏହି ଘୋଷଣା କରାଯାଇଛି । ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ଯେ, ଯେପରି ପଶ୍ଚିମ, ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ରେଳ ସେବାକୁ ବିସ୍ତାର କରାଯାଇଛି, ସେହିପରି ଉତ୍ତର ଓଡ଼ିଶାର ସଂଯୋଗୀକରଣ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ୍ ସେବା ଯୋଗାଇ ଦିଆଯିବ ।

ସମଗ୍ର ଓଡ଼ିଶାରେ ରେଳ ନେଟୱାର୍କର କ୍ରମାଗତ ସମ୍ପ୍ରସାରଣ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଶ୍ରୀ ବୈଷ୍ଣବ ଦୋହରାଇଛନ୍ତି, ଯାହା ଦ୍ୱାରା ପ୍ରତ୍ୟେକ ଅଞ୍ଚଳ ଉନ୍ନତ ସଂଯୋଗୀକରଣ ଏବଂ ବିକଶିତ ଯାତ୍ରୀ ସେବାର ସୁଭିଧା ପାଇପାରିବେ ।

ବିଶେଷ ଟିପ୍ପଣୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଓଡ଼ିଶାର ସମସ୍ତ ଅଞ୍ଚଳରେ ରେଳ ସଂଯୋଗୀକରଣକୁ ସୁଦୃଢ଼ କରି ଏବଂ ଯାତ୍ରୀମାନଙ୍କ ଯାତ୍ରାକୁ ସୁଗମ କରି ଆଞ୍ଚଳିକ ବିକାଶରେ ସନ୍ତୁଳନ ରକ୍ଷା କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।

yuvodaya
Leave A Reply

Your email address will not be published.