csstore

ସୁବର୍ଣ୍ଣପୁର ପୌର ପରିଷଦର ଜନ ବିରୋଧୀ କାର୍ଯ୍ୟକୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ପୌର କର୍ତୃପକ୍ଷଙ୍କୁ ଘେରାଉ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ପୌର ପରିଷଦର ଜନ ବିରୋଧୀ କାର୍ୟ୍ୟକୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ଆଜି ପୌର କର୍ତୃପକ୍ଷଙ୍କୁ ଘେରାଉ କରାଯାଇଛି । ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ବରେ ଯୁବ ବିଜପି କର୍ମୀମାନେ ମୁନସିପାଲିଟିର ଟେଣ୍ଡର ପ୍ରକ୍ରିୟାକୁ ବିରୋଧ କରିଛନ୍ତି । ସୁବର୍ଣ୍ଣପୁର ପୌର ପରିଷଦର ଷ୍ଟଲ୍ ଆବଣ୍ଟନ ଟେଣ୍ଡରରେ ବର୍ଦ୍ଧିତ ଦର ସହ ପ୍ରିୟାପ୍ରୀତି ତୋଷଣ, ମନମୁଖୀ ନିର୍ମାଣ କାର୍ୟ୍ୟ, ପୌର କାର୍ୟ୍ୟାଳୟରେ ଚାଲିଥିବା ଦୁର୍ନୀତିକୁ ନେଇ ସୁବର୍ଣ୍ଣପୁର ନଗର ବିଜେପି ପକ୍ଷରୁ ଆନ୍ଦୋଳନ କରାଯାଇଛି । ବିଶେଷ କରି ସହରର ବିଭିନ୍ନ ଭାଗରେ ସରକାରୀ ଅର୍ଥରେ ଲୋକଙ୍କୁ ଆବଣ୍ଟନ ପାଇଁ ନିର୍ମାଣ କରାଯାଇଥିବା ଷ୍ଟଲ ଗୁଡିକର ଟେଣ୍ଡର ଦର ଦୁଇ ଲକ୍ଷରୁ ଦଶ ଲକ୍ଷ ଟଂକା ବୃଦ୍ଧି କରିଥିବାରୁ ସହରର ଗରିବ ଶ୍ରେଣୀର ଆଗ୍ରହୀ ହିତାଧିକାରୀ ଷ୍ଟଲ ପାଇବାରୁ ବଂଚିତ ହେବା ନିଶ୍ଚିତ ହୋଇଯାଇଛି । ଧନୀକ ଶ୍ରେଣୀର ଲୋକଙ୍କୁ ଷ୍ଟଲ ଦେବାପାଇଁ ପ୍ରଶାସନିକସ୍ତରରେ ଚକ୍ରାନ୍ତ କରାଯାଇଛି ବୋଲି ଅଭିଯୋଗ ହେଉଛି । ସମସ୍ତ ଦାବୀକୁ ସପ୍ତାହେ ମଧ୍ୟରେ ସମାଧାନ ନକଲେ ଆଗକୁ ଆନ୍ଦୋଳନକୁ ତୀବ୍ର କରାଯାଇ ପ୍ରଶାସନକୁ ଅଚଳ କରି ଦିଆଯିବ ବୋଲି ବିଜେପି ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର ଚେତାବନୀ ଦେଇଛନ୍ତି ।

jayashree
Leave A Reply

Your email address will not be published.