
ବାଲେଶ୍ୱର, (କେପିଏନ୍ଏସ୍) : ବାଲେଶ୍ୱର ଜିଲ୍ଲା ଖଇରାରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା । ଗତକାଲି ଛାତପକାକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳରେ କମଳା ନାମକ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା । ଆଜି ସକାଳେ ମହିଳାଙ୍କୁ ନ୍ୟାୟ ଦାବିରେ ପରିବାର ଲୋକେ କମଳାଙ୍କ ଶବକୁ ସାଇକେଲରେ ବାନ୍ଧି ଥାନାକୁ ନେଇକି ଯାଉଥିବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଥାନା ଆଗରେ ଧାରଣାରେ ବସିବେ ବୋଲି ପରିବାର ଲୋକ କହିଛନ୍ତି ।