jayashree

ଘରୋଇ କଳହକୁ ନେଇ ବିଷ ପିଇଲେ ୨ ଭଉଣୀ : ଜଣେ ମୃତ, ଜଣେ ଗୁରୁତର

ବୌଦ୍ଧ : ହରଭଙ୍ଗା ଥାନା ମହାଲିକ୍‌ପଡ଼ା ଗାଁରେ ଅଭାବନୀୟ ଘଟଣା । ଘରୋଇ କଳହକୁ ନେଇ ବିଷ ପିଇଲେ ୨ ଭଉଣୀ । ଗୁରୁତର ଅବସ୍ଥାରେ ଦୁଇ ଭଉଣୀଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି ଚରାଯାଇଛି । ଚିକିତ୍ସାଧିନ ଅବସ୍ଥାରେ ବଡ଼ ଭଉଣୀର ମୃତ୍ୟୁ ହୋଇଥିବା ବେଳେ ସାନ ଭଉଣୀ ୠୁରୁତର । ମୃତ ଭଉଣୀ ହେଉଛନ୍ତି ନଳିନୀ ସାହୁ ଓ ଗୁରୁତର ସାଲିନୀ ସାହୁ ବୋଲି ଜଣାପଡିଛି । ସୂଚନା ଅନୁସାରେ, ବିବାହିତ ବଡ଼ ଭଉଣୀ ଘରକୁ ବୁଲିବାକୁ ଯାଇଥିଲା । ଘରେ କେହି ନଥିବା ବେଳେ କୌଣସି କାରଣକୁ ନେଇ ୨ ଭଉଣୀଙ୍କ ଭିତରେ ବଚସା ହୋଇଥିଲା । ବଚସା ପରେ ବିଷ ପିଇଥିଲେ ୨ ଭଉଣୀ । ଗୁରୁତର ଅବସ୍ଥାରେ ୨ ଜଣଙ୍କୁ ଉଦ୍ଧାର କରି ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଥିଲା ଚିକିତ୍ସାଧିନ ଅବସ୍ଥାରେ ବଡ ଭଉଣୀକୁ ମୃତ ବୋଲି ଡାକ୍ତର ଘୋଷଣା କରିଥିବା ବେଳେ ସାନ ଭଉଣୀକୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଛି । ତେବେ ଏହା ପଛର କାରଣ କଣ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।

Leave A Reply

Your email address will not be published.