pakka

ଘରେ ପଶି ଆଦିବାସୀ ମହିଳାଙ୍କୁ ଗୁଳିମାଡ଼

bbehera

ନୀଳଗିରି : ବାଲେଶ୍ୱର ଜିଲ୍ଲାର ନୀଳଗିରି ବ୍ଳକ ବରହମପୁର ଥାନା ଅଧୀନ ରାଇପାଳ ଗ୍ରାମର ରସିକ ମୁର୍ମୁଙ୍କ ସ୍ତ୍ରୀ ଲକ୍ଷ୍ମୀ ମୁର୍ମୁ (୫୦) ଗୁଳିମାଡ଼ ହୋଇଛି । ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଘରେ ପଶି ଅଚାନକ ତାଙ୍କୁ ଗୁଳିମାଡ଼ କରି ଚମ୍ପଟ ମାରିଛନ୍ତି । ଗୁଳି ଗୁଡ଼ିକ ମହିଳାଙ୍କ ଅଣ୍ଟା, ପେଟ ଓ ହାତରେ ବାଜିଛି। ତାଙ୍କ ସ୍ଵାମୀ ଓ ପୁଅ ଉଠି ଦେଖନ୍ତି ତ ଦୁଇଜଣ ବ୍ୟକ୍ତି ଅନ୍ଧାରର ସୁଯୋଗ ନେଇ ଦୌଡ଼ି ପଳାଉଛନ୍ତି। ପରିବାର ଲୋକେ ମହିଳାଙ୍କୁ ତୁରନ୍ତ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଲକ୍ଷ୍ମୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

jay balangir
Leave A Reply

Your email address will not be published.

twenty − 20 =