csstore

କଂଗ୍ରେସ ପକ୍ଷରୁ ୯ ଦଫା ଦାବୀ ନେଇ ବଙ୍ଗୋମୁଣ୍ଡା ବ୍ଲକ ଘେରାଉ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକକୁ କଂଗ୍ରେସ ପକ୍ଷରୁ ଘେରାଉ କରାଯାଇଛି । ଏଥିରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ହୋଇଥିଲା । ପ୍ରଥମେ ବଙ୍ଗୋମୁଣ୍ଡା ସାପ୍ତାହିକ ବଜାର ଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ଆମ୍ବେଦକର ଛକ ଦେଇ ବ୍ଲକ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୯ ଦଫା ଦାବୀ ମଧ୍ୟରେ ବ୍ଲକ ଅଫିସରେ ଚାଲିଥିବା ବ୍ୟାପକ ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ନାରୀ ନିର୍ଯାତନା, ଚାଷୀ ମାରଣା ନୀତି ତଥା ଟାଟା କମ୍ପାନୀର ବିଜୁଳି ନୀତି ବିରୁଦ୍ଧରେ ବ୍ଲକ ଘେରାଉ କରାଯାଇଛି । ୯ ଦଫା ଦାବୀ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବଙ୍ଗୋମୁଣ୍ଡା ବିଡ଼ିଓ ରିପୁନାଥ ସୁନାଙ୍କୁ ପ୍ରଦାନ କରାଯାଇଛି । ଏଥିରେ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଭୋଲାନାଥ ବେହେରା, ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ବଙ୍ଗୋମୁଣ୍ଡା ଜୋନ୍‌ର ଜିଲ୍ଲା ପରିଷଦ ସଦସ୍ୟ ଓମ୍‌ପ୍ରକାଶ କୁମ୍ଭାର, ବ୍ଲକ କଂଗ୍ରେସ କମିଟି ସଭାପତି ଗୁରୁଚରଣ ବେହେରା, ପୂର୍ବତନ ଭାଲୁମୁଣ୍ଡା ସରପଞ୍ଚ ଉପେନ୍ଦ୍ର ମେହେର, ଠେମରା ସରପଞ୍ଚ ଲକ୍ଷ୍ମୀକାନ୍ତ ବାଗ, ସିନ୍ଧେକେଲା ଜୋନ୍ କଂଗ୍ରେସ ସଭାପତି ବିଘ୍ନରାଜ ନାଏକ, ପୂର୍ବତନ ବଙ୍ଗୋମୁଣ୍ଡା ସରପଞ୍ଚ ସୁଶାନ୍ତ କୁମାର ଯୋଶୀ, ଯୁବରାଜ ବାଗ, ଦୀପକ ଛୁରା, ଘାସି ସାହୁଙ୍କ ସମେତ ଏଥିରେ ବହୁ କଂଗ୍ରେସ କର୍ମୀ ଓ ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧିମାନେ ସାମିଲ ଥିଲେ ।

jayashree
Leave A Reply

Your email address will not be published.