om academy

ଚିନ୍ମୟ ମିଶନ ପକ୍ଷରୁ ଗୀତା ଜ୍ଞାନଯଜ୍ଞ ଉଦ୍‌ଯାପିତ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯାଦବ ଭବନ ବଲାଙ୍ଗିରଠାରେ ଚିନ୍ମୟ ମିଶନ, ବଲାଙ୍ଗିର ଆନୁକୁଲ୍ୟରେ ଗତ୧୩ ତାରିଖରୁ ଶୁଭାରମ୍ଭ ହେଇଥିବା ଆଠ ଦିନ ବ୍ୟାପୀ ଗୀତା ଜ୍ଞାନ ଯଜ୍ଞ ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ଜ୍ଞାନଯଜ୍ଞର ପ୍ରବକ୍ତା ଚାସ୍‌, ବୋକାରୋ ଚିନ୍ମୟ ମିଶନର ଭାରପ୍ରାପ୍ତ ସ୍ୱାମୀ ରାଘବାନନ୍ଦଜୀଙ୍କ ଗୀତାର ସପ୍ତଦଶ ଅଧ୍ୟାୟର ବ୍ୟାଖ୍ୟା କରିଥିଲେ । ଶ୍ରଦ୍ଧା, ବିଶ୍ୱାସ, ଶାସ୍ତ୍ର ଅନୁମୋଦିତ ଆହାର, ବିହାର, ବ୍ୟବହାର ପୂର୍ବକ ସାତ୍ତ୍ୱିକ ଜୀବନ ଯାପନ ପାଇଁ ସ୍ରୋତାମଣ୍ଡଳୀଙ୍କୁ ପ୍ରେରଣା ଦେଇଥିଲେ । ବିଶ୍ୱାତ୍ମା ଚେତନା ପରିଷଦ, ବଲାଙ୍ଗିରର ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀଜୀ ୧୭ ତାରିଖ ସନ୍ଧ୍ୟା ଅଧିବେଶନରେ ଯୋଗ ଦେଇ ସାଗରର୍ଭକ ଉପଦେଶବାଣୀ ଦ୍ୱାରା ସଜ୍ଜନଙ୍କୁ ଅନୁପ୍ରେରିତ କରିଥିଲେ । ଚିନ୍ମୟ ମିଶନର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ତତ୍ପରତା ଓ ଯାଦବ ସମାଜର କର୍ମକର୍ତ୍ତାମାନଙ୍କ ଅକୁଣ୍ଠିତ ସହଯୋଗରେ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିବା ସୂଚନା ଦିଆଯାଇଛି ।

Leave A Reply

Your email address will not be published.