om academy

କଚ୍ଚା ଘର କାନ୍ଥରେ ଲାଗିଛି ବିଜୁପକ୍କା ଘର ଫଳକ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାରଙ୍କ ପକ୍ଷରୁ ମାଳମାଳ ଯୋଜନା ସମସ୍ତ କଚ୍ଚା ଘରକୁ ପକ୍କା କରି ଦିଆଯିବ ବୋଲି ଡିଣ୍ଡିମ ପିଟୁଥିବା ବେଳେ ପ୍ରକୃତ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ହେଉଛନ୍ତି । ତାହା ପଦ୍ମପୁର ବ୍ଲକ ଲୋହାରପାଲି ଗ୍ରାମ ପଞ୍ଚାୟତ ଗମ୍ଭୀରଡିହୀ ଗ୍ରାମରେ ଏକ ସମ୍ବେଦନଶୀଳ ଅଜବ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଏହି ଗ୍ରାମରେ ଗୁଲାପି ପାଣ୍ଡେ ବୋଲି ଜଣେ ପ୍ରକୃତ ହିତାଧିକାରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ବ୍ଲକ ତଥା ପଞ୍ଚାୟତ ପ୍ରଶାସନଠାରେ ଗୁହାରି କରି ଆବେଦନ କରି ଆସୁଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ତାଙ୍କ ନାମରେ ଘର ଆସି ନଥିଲା । କିଛି ଦିନ ତଳେ ପଞ୍ଚାୟତର ଜଣେ କର୍ମଚାରୀ ତାଙ୍କ ଘରକୁ ଆସି ତାଙ୍କର କଚ୍ଚା ଘର କାନ୍ଥରେ ବିଜୁ ପକ୍କା ଘରର ଫଳକ ଲଗାଇ ଦେଇ ଚାଲି ଯାଇଥିଲେ । ଏହା ଦେଖି ଗୁଲାପି ପାଣ୍ତେ ମର୍ମାହତ ହୋଇ ପଡିଥିଲେ । ସେ ଏପରି କୌଣସି ଆବାସ ଯୋଜନାରୁ ଘର ପାଇ ନାହାନ୍ତି, ମାତ୍ର ଫଳକ ତାଙ୍କର ନାମରେ ଆସିଲା କିପରି ତାଙ୍କର ମନରେ କ୍ଷୋଭ ପ୍ରକାଶ କରିଥିଲେ । ଖବର ସୂତ୍ରରୁ ସଂପୃକ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ସହିତ ଯୋଗାଯୋଗ କରିବାରୁ ତାଙ୍କୁ ଘର ଦିଆଯାଇଛି ବୋଲି କହିଥିଲେ । ହେଲେ ସେହି ବିଜୁ ପକ୍କାଘର କୁଆଡ଼େ ଗଲା ବା ଚୋରୀ ହୋଇଗଲା ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି । ଏହାର ସତ୍ୟାସତ୍ୟ ତଦନ୍ତ କଲେ ପ୍ରକୃତରେ ଜଣାପଡିବ ବୋଲି ମତ ପ୍ରକାଶ ପାଉଛି । ତେଣୁ ପଦ୍ମପୁର ବ୍ଲକ ପ୍ରଶାସନ ତଥା ବରଗଡ ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରିବା ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.