pakka

ଫେବୃୟାରୀରେ ଓଡ଼ିଶା ଗସ୍ତରେ ଆସିବେ ପ୍ରିୟଙ୍କା

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଫେବୃୟାରୀରେ ଓଡ଼ିଶା ଆସିବେ ଏଆଇସିସି ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ । ଖୋର୍ଦ୍ଧା ବରୁଣେଇ ପାଖରେ ଏକ ବିରାଟ ସାଧାରଣ ସଭାରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ବିଶେଷ କରି ଏହା ମହିଳା ସମାବେଶ ହେବ ବୋଲି ଦଳର ବରିଷ୍ଠ ନେତା ସୂଚନା ଦେଇଛନ୍ତି । ତେବେ ଜାନୁୟାରୀ ୨୬ରେ ହେବାକୁ ଥିବା ‘ହାତ୍‌ ସେ ହାତ୍‌ ଯୋଡ଼ୋ’ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସରିବା ପରେ ପ୍ରିୟଙ୍କା ଓଡ଼ିଶା ଆସିବେ । ନିର୍ଦ୍ଦିଷ୍ଟ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ଫେବୃୟାରୀରେ ପ୍ରିୟଙ୍କା ଓଡ଼ିଶା ଆସିବେ ବୋଲି ବରିଷ୍ଠ ନେତା କହିଛନ୍ତି ।

jay balangir
Leave A Reply

Your email address will not be published.

2 × five =