pakka

ଇଣ୍ଡିଆନ୍‌ ବକ୍ସ ଅଫିସ୍‌ରେ ‘ଅବତାର-୨ର ଧମାକା

kalikesh
  • ୨ ଦିନରେ ୧୦୦ କୋଟି ଆୟ

ମୁମ୍ବାଇ : ଇଣ୍ଡିଆନ୍‌ ବକ୍ସ ଅଫିସ୍‌ରେ ‘ଅବତାର-୨: ଦ ୱେ ଅଫ୍‌ ୱାଟର’ ଫିଲ୍ମ ଦମ୍‌ଦାର ଆରମ୍ଭ କରିଛି । ଫିଲ୍ମ ମୁକ୍ତିଲାଭ କରିବାର ମାତ୍ର ୨ ଦିନରେ ୧୦୦ କୋଟି ଟଙ୍କା ଆୟ କରିସାରିଛି । ଆସନ୍ତା ସପ୍ତାହ ସୁଦ୍ଧା ଫିଲ୍ମର ଆୟ ୧୫୦ କୋଟି ଟପିଥିବ ବୋଲି ସିନେ ବିଶେଷଜ୍ଞ ଆକଳନ କରିଛନ୍ତି । ଡିସେମ୍ବର ୧୬ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ପ୍ରଥମ ଦିନରେ ୪୧ କୋଟି ଟଙ୍କା ରୋଜଗାର କରିଥିଲା । ସବୁବର୍ଗ ବିଶେଷ କରି ଯୁବପିଢ଼ିଙ୍କ ଭିତରେ ଅବତାରର ସ୍ୱିକେଲ ଦେଖିବା ପାଇଁ ଅଦ୍ଭୁଦ ଉତ୍ସାହ ଦେଖିବାକୁ ମିଳିଛି । ଏହି ଫିଲ୍ମ ନିର୍ମାଣରେ ପ୍ରାୟ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତେବେ ବିଶ୍ୱବ୍ୟାପୀ ଏହା ଅଦ୍ୟାବଧି ୧୭ ଶହ କୋଟିରୁ ଅଧିକ ଟଙ୍କା ଆୟ କରିସାରିଲାଣି । ତେବେ ‘ଆଭେଞ୍ଜର୍ସ ଏଣ୍ଡଗେମ୍‌’ଠାରୁ ଅବତାର ୨ ପଛରେ ରହିଛି । ଆଭେଞ୍ଜର୍ସ ଏଣ୍ଡଗେମ୍‌ ପ୍ରଥମ ଦିନରେ ଭାରତରେ ୫୨ କୋଟି ଟଙ୍କା କମାଇ ରେକର୍ଡ କରିଛି । ହିନ୍ଦୀ ବ୍ୟତୀତ ତାମିଲ, ତେଲୁଗୁ, କନ୍ନଡ ଭାଷାରେ ମଧ୍ୟ ଅବତାର : ୨ ରିଲିଜ ହୋଇଛି । ଅବତାରର ପ୍ରଥମ ଭାଗ ବିଶ୍ୱବ୍ୟାପୀ ୧୯ ହଜାର କୋଟି ଟଙ୍କା ଆୟ କରିଥିଲା ।

pp
Leave A Reply

Your email address will not be published.

thirteen + 6 =