ବଲାଙ୍ଗିର ସାଂସଦଙ୍କ ସଇଁନ୍ତଳା ବ୍ଳକ ଗସ୍ତ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସଇଁନ୍ତଲା ବ୍ଳକ ଗସ୍ତରେ ଆଜି ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓ ବ୍ଳକ ଅଭିମୁଖେ ଗସ୍ତ କରି ସଇଁନ୍ତଲା ବିଡ଼ିଓ ଦେବାଶିଷ ସାମଲଙ୍କ ସହିତ ବ୍ଳକର ବିଭିନ୍ନ ସମସ୍ୟା ଓ ସରକାରୀ ଯୋଜନା ଉପରେ ସମୀକ୍ଷା କରିଛନ୍‌ନ୍ତି । ୨ କୋଟି ୩୩ ଲକ୍ଷ ପିଡ଼ିଏଫ୍‌ ଆସିଥିଲେ ହେଁ ତାହା ସୂଚାରୁ ରୂପେ କାର୍ୟ୍ୟକାରୀ କରାଯାଉନାହିଁ ବୋଲି ସେ ସେ ବିଷୟରେ ଆଳୋଚନା କରିଥିଲେ । ସଇଁନ୍ତଲା ସରପଞ୍ଚ ଭୀମସେନ ସ୍ଵାଇଁ ବିଭିନ୍ନ ସମସ୍ୟା ନେଇ ରାସ୍ତା ଉଭୟ ପାର୍ଶ୍ଵରେ ଗୃହ ନିର୍ମାଣ ଓ ଦୀର୍ଘ ଦିନ ଧରି ଚାଳିଥିବା ନଦୀ ବନ୍ଧନ କାର୍ୟ୍ୟକୁ ତଦାରଖ କରିବା ପାଇଁ ଏକ ଳିଖିତ ଅଭିଯୋଗ କରିଥିଲେ । ଓକିଲ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ । ଗସ୍ତ କାର୍ୟ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ମହାନନ୍ଦ, ସାଂସଦଙ୍କ ବ୍ଳକ ପ୍ରତିନିଧି ଅକ୍ଷୟ ରଣା, ଉପାଧ୍ୟକ୍ଷ ପାଣ୍ଡବ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜେ÷ନ, ଜିଲ୍ଲା ପରିଷଦ ସଦସ୍ୟା କଳ୍ପନା ଚୌହାଆନ, ସରୋଜିନୀ ସାହୁ, ଟିଟିଲାଗଡ଼ ନଗର ସମ୍ପାଦକ କୁନା ଭାଟି, ବ୍ଳକ ସ୍ଵାସ୍ଥ୍ୟ ବିଭାଗ ନୋମିନି ଆଶିଷ ସାହୁ, ଗୁଡଭେଳା ବ୍ଳକ ନୋମିନି ଦୀନବନ୍ଧୁ ବେହେରା ସମେତ ଦଳୀୟ କାର୍ୟ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.