ବଲାଙ୍ଗିର ଗସ୍ତରେ ୫ଟି ସଚିବ

ବଲାଙ୍ଗିର (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ୫ଟି ସଚିବ ଭି କେ ପାଣ୍ଡିଆନ ଦୁଇ ଦିନିଆ ବଲାଙ୍ଗିର ଗସ୍ତରେ ଆସିଛନ୍ତି । ତାଙ୍କର ଏହି ଗସ୍ତ ସମୟରେ ସେ ବଲାଙ୍ଗିର ଜିଲ୍ଲାର ଅନେକ ପ୍ରକଳ୍ପର ସମୀକ୍ଷା କରିବା ସହ ଜନଶୁଣାଣି ସଭାରେ ଯୋଗ ଦେଇଥିଲେ । ଏହି ଗସ୍ତ ସମୟରେ ଗତକାଲି ୪ଟି ଜନଶୁଣାଣି କାର୍ଯ୍ୟକ୍ରମରେ ମିଳିଥିବା ସମସ୍ତ ଅଭିଯୋଗର ଯଥା ଶୀଘ୍ର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସଭାରେ ମିଶନ ଶକ୍ତି ପାଇଁ ଥିବା ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁଁ ଆଜି ଓଡିଶାର ସମସ୍ତ ମା’ମାନେ ଅନ୍ୟ ଉପରେ ନିର୍ଭରଶୀଳ ନୁହନ୍ତି । ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୧୦ ଲକ୍ଷ ଟଙ୍କା ମିଳୁଥିବାରୁ ସମସ୍ତ ମା’ମାନେ ତାଙ୍କର ଏବଂ ପରିବାରର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଚିନ୍ତିତ ନୁହନ୍ତି । ହରିଶଙ୍କରରେ ଥିବା ମିଶନ ଶକ୍ତି କମ୍ପ୍ଲେକ୍ସରେ ଥିବା ସମସ୍ତ ୭ଟି ୟୁନିଟ ମାଧ୍ୟମରେ ହେଉଥିବା ଦ୍ରବ୍ୟର ମାନ କିପରି ଉନ୍ନତ ରହିବ ସେ ଦିଗରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସରକାରଙ୍କ ଆଭିମୁଖ୍ୟକୁ ସଫଳ କରିବା ପାଇଁ ପରାମର୍ଶ ଦେଇଥିଲେ । ମିଶନ ଶକ୍ତି ମାଧ୍ୟମରେ କିପରି ମହିଳାମାନଙ୍କୁ ଅଗ୍ରାଧିକାର ଦିଆଯାଉଛି, ବିଶେଷ କରି ସ୍ୱୟଂ ସହାୟକ ଦଳର ମହିଳାମାନେ କିଭଳି ସ୍ୱାବଲମ୍ବୀ ହୋଇପାରିବେ ଏବଂ ସେମାନଙ୍କ ଆର୍ଥିକ ବିକାଶ ହୋଇପାରିବ ସେନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ମହିଳାମାନଙ୍କୁ ସ୍ଵାବଲମ୍ବୀ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ବିନା ସୁଧରେ ପାଞ୍ଚ ଲକ୍ଷ ଟଙ୍କା ଋଣ ପ୍ରଦାନ, ଋଣ ଅର୍ଥର ସଦୁପଯୋଗ କରି ନିଜେ ସ୍ଵାବଲମ୍ବୀ ହେବା ସହ ସମାଜ ପାଇଁ ଆଦର୍ଶ, ଉଦାହରଣ ଓ ପ୍ରେରଣାଦାୟକ ହେବା ନେଇ ଭି.କେ.ପାଣ୍ଡିଆନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପରାମର୍ଶ ଦେଇଥିଲେ ଏବଂ ବ୍ୟାଙ୍କଗୁଡିକୁ ପ୍ରତ୍ୟେକ ପଞ୍ଚାୟତରେ ଋଣ ମେଳା କରିବାକୁ ନିଦ୍ଦେଶ ଦେଇଥିଲେ । ଟିଟିଲାଗଡ ଉପକଣ୍ଠ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ ଖେଳ ପଡିଆଠାରେ ଆୟୋଜିତ ବୈଠକରେ ଭି.କେ.ପାଣ୍ଡିଆନଙ୍କ ଭବ୍ୟ ସ୍ଵାଗତ କରାଯାଇଥିଲା । ଭି.କେ.ପାଣ୍ଡିଆନ ବୈଠକରେ ଉପସ୍ଥିତ ଜନସାଧାରଣଙ୍କ ସଙ୍ଗେ ମିଶିବା ସହ ସେମାନଙ୍କର ବିଭିନ୍ନ ଆପତ୍ତି ଓ ଅଭିଯୋଗ ଗ୍ରହଣ କରିଥିଲେ । ସଭାରେ ଉପସ୍ଥିତ ବିଭିନ୍ନ ମନ୍ଦିର, ମସଜିଦ, ଗୀର୍ଜା ଓ କମ୍ୟୁନିଟି ସେଣ୍ଟର ଟ୍ରଷ୍ଟର କର୍ମକର୍ତ୍ତା, ଲୋକ ପ୍ରତିନିଧି ଦ୍ଵାରା ଦିଆଯାଇଥିବା ଆପତ୍ତି, ଅଭିଯୋଗ ଓ ପରାମର୍ଶକୁ ଆଧାର କରି ଉପଖଣ୍ଡରେ ଅବସ୍ଥିତ ମନ୍ଦିର, ମସଜିଦ, ଗୀର୍ଜା, କମ୍ୟୁନିଟି ସେଣ୍ଟର ତଥା ପର୍ଯ୍ୟଟନ ସ୍ଥଳୀର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ଆବଶ୍ୟକ ସବିଶେଷ ତଥ୍ୟ ପ୍ରସ୍ତୁତ କରି ଆର୍ଥିକ ଅନୁଦାନ ପାଇଁ ରାଜ୍ୟ ସରକାରଙ୍କ ପାଖକୁ ତୁରନ୍ତ ପଠାଇବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ଯୋଜନା ମୁତାବକ ସରକାରଙ୍କ ଦ୍ଵାରା ପ୍ରାପ୍ତ ଅର୍ଥ କିପରି ସୁ-ବିନିଯୋଗ କରାଯାଇ ସମ୍ପୂର୍ଣ୍ଣ ରୁପରେଖ ସହିତ କାର୍ଯ୍ୟକାରୀ ହେବ ବୋଲି କହିଥିଲେ ।

ସେହିପରି ବଲାଙ୍ଗିର ଜିଲ୍ଲାରେ ଥିବା ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ସେ ଜିଲ୍ଲାର ସମସ୍ତ ୬୯ ସ୍କୁଲ ଏବଂ ୨୮କଲେଜ ଗୁଡିକୁ ମୋ କଲେଜ ଯୋଜନାରେ ସାମିଲ କରିବା ସହ ମୁଖ୍ୟମନ୍ତ୍ରୀ ୪୦.୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ୫ଟି ଅଧୀନରେ ଆସୁଥିବା ସ୍କୁଲ ଗୁଡିକର ଯତ୍ନ ନେବା ସହ ଶିକ୍ଷକ ଏବଂ ଶିକ୍ଷୟତ୍ରୀମାନଙ୍କୁ ଆଗାମୀ ରୋଲ ମଡେଲ ହେବାକୁ କହିଥିଲେ ।

ଟିଟିଲାଗଡ, ପାଟଣାଗଡ, ସଇଁତଲା, ଗୁଡଭେଲା, ବଲାଙ୍ଗିର, ପୁଇଁତଲା ଓ ଦେଓଗାଁ ବ୍ଲକରେ ୧୦୨୦ କୋଟିରେ ଚାଲୁଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ସମୀକ୍ଷା କରିଥିଲେ ଏବଂ ୨୦୨୪ ଶେଷ ସୁଦ୍ଧା ଏହା କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହରିଶଙ୍କର ମନ୍ଦିର ପାଇଁ ୫୫ କୋଟି ଅନୁଦାନର କାର୍ଯ୍ୟ ସମୀକ୍ଷା କରିବା ସହ ଅଧିକ ମଞ୍ଜୁରୀ ପାଇଁ ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । କୁମୁଡା ପାହାଡ ଏବଂ ବାବା ଧବଳେଶ୍ଵରେ ମନ୍ଦିରର ଉନ୍ନତି ପାଇଁ ପ୍ଲାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ତୁଷୁରା ଏୟାରଷ୍ଟ୍ରିପକୁ ଅତ୍ୟାଧୁନିକ ରୂପେ ଗଢିବା ପାଇଁ ଏକ ଡ଼ିପିଆର ପ୍ରସ୍ତୁତ କରି ସରକାରଙ୍କ ଅନୁମୋଦନ ପାଇଁ କହିଥିଲେ ।

Leave A Reply

Your email address will not be published.