jsm

ବଲାଙ୍ଗିର ଟାଉନ ପୋଲିସକୁ ମିଳିଲା ବଡ଼ ସଫଳତା : ସହରର ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ପୋଲିସ ଏକ ଚୋରି ଘଟଣାରେ ବଡ଼ ସଫଳତା ପାଇଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ଜୁଲାଇ ମାସ ୩୦ ତାରିଖ ରାତ୍ରୀରେ ବଲାଙ୍ଗିର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟସ୍ଥ ଜଳରାମ ମନ୍ଦିର ଗଳିରେ ଥିବା ପ୍ରିନ୍ସ ମୋବାଇଲ ଦୋକାନରୁ ସଟର ତାଡ଼ି ଲକ୍ଷାଧିକ ଟଙ୍କାର ସମାଗ୍ରୀ ଚୋରି କରି ଦୁର୍ବୃତ୍ତମାନେ ଫେରାର୍‌ ମାରିଥିଲେ । ତେବେ ଏହାକୁ ନେଇ ଦୋକାନ ମାଲିକ ଟାଉନ ଥାନାରେ ଅଭିଯୋଗ କରିବା ପରେ ବଲାଙ୍ଗିର ଟାଉନ ପୁଲିସ ଏକ ମାମଲା ରୁଜୁ କରି ତନାଘନା ତଦନ୍ତ ଆରମ୍ଭ କରି ଘଟଣାରେ ସଂପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସହରର ଲକ୍ଷ୍ମୀଯୋର ପଡାର ବାସୁଦେବ ଓରଫ ଶିବନାଥ (୨୦), ସାଗରପଡାର ବିଭୁ ପୋଢ (୨୧), ଶ୍ରୀରାମ ନଗରର ସମୀର ସାହୁ (୪୨), ରାଜେନ୍ଦ୍ର କଲେଜ ଛକର ରୋହିତ କୁମାର ସିଂ (୩୪) ଓ ବିଶ୍ୱଜିତ ଓରଫ ବାବ୍ଲୁ କ୍ଷେତୀ (୩୪) । ଏହି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିବା ନେଇ ଟାଉନ ଥାନା ଆଇଆଇସି ବିଶ୍ୱଜିତ ମନବୋଧ ସୂଚନା ଦେଇଛନ୍ତି ।

yuvodaya
Leave A Reply

Your email address will not be published.