pakka

୫ଟି ସଚିବ ଭି.କେ. ପାଣ୍ଡିଆନଙ୍କ ବରଗଡ଼ ଜିଲ୍ଲା ଗସ୍ତ

bbehera
  • ସାତ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଦେବେ ଖୁସି ଖବର : ୫ଟି ସଚିବ

ବରଗଡ଼, (ନିରୋଜ କୁମାର ପାଣୀ) : ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କ ବରଗଡ଼ ଜିଲ୍ଲା ଗସ୍ତ । ସୋମବାର ଦିନ ସର୍ବପ୍ରଥମେ ଅତାବିରା ବ୍ଲକର ୫ଟି ଅନ୍ତର୍ଭୁକ୍ତ ସରଣ୍ଡା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ତାଙ୍କୁ ଭଲ ପାଠପଢି ଜୀବନରେ ବଡ ମଣିଷ ହେବା ପାଇଁ ଉପଦେଶ ଦେବା ସହିତ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ କଠିନ ପରିଶ୍ରମ କରନ୍ତୁ ବୋଲି କହିଥିଲେ । ଅତାବିରା ଏନ୍‌ଏସି ଅନ୍ତର୍ଗତ ସରଣ୍ଡାର (ଅଷ୍ଟଶମ୍ଭୁ) ସିଦ୍ଧେଶ୍ୱର ମନ୍ଦିର, ଅତାବିରାର ମା’ ଦୁର୍ଗା ମନ୍ଦିର, ଲାଦେରପାଲିର ରଣେଶ୍ୱର ରାମଚଣ୍ଡୀ ମନ୍ଦିର ପରିଦର୍ଶନ କରିବା ସହିତ ଉନ୍ନତିକରଣ ବହୁମୁଖୀ ବିକାଶ ଯୋଜନା ସମ୍ଵନ୍ଧରେ ଟ୍ରଷ୍ଟ ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ । ବିଭିନ୍ନ ମନ୍ଦିର, ମସଜିଦ, ଗୁରୁଦ୍ୱାରା, କମ୍ୟୁନିଟି ସେଣ୍ଟର ଆଦିର ଦରଖାସ୍ତ ଗ୍ରହଣ କରିବା ସହିତ ଆଗାମୀ ୭ ଦିନ ମଧ୍ୟରେ ଏ ସବୁର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଉନ୍ନତିକରଣ ପାଇଁ ଭଲ ଖବର ପାଇବେ, ଚାଷୀ ଭାଇମାନଙ୍କର ଆପତ୍ତି ଅଭିଯୋଗ ଥିଲେ, ତାହାକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରାଯିବ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଆନନ୍ଦ କଲ୍ୟାଣ ମଣ୍ଡପ ଏବଂ ରାମଚଣ୍ଡୀ କଲ୍ୟାଣ ମଣ୍ଡପଠାରେ ସ୍ବୟଂ ସହାୟକ ଗୋଷ୍ଠୀ ମା’ମାନଙ୍କ ସହିତ ଆଲୋଚନା କରିବା ସହିତ ବିଭିନ୍ନ ସଂଗଠନର ଦାବୀପତ୍ର ଗ୍ରହଣ କରିଥିଲେ । ସ୍ଵୟଂ ସହାୟକ ଗୋଷ୍ଠୀ ମା’ମାନଙ୍କ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପ୍ରଦାନ କରିଥିବାର ସୂଚନା ଦେଇ ପ୍ରତ୍ୟେକ ମା’ମାନେ ତାଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି କରି ଋଣ ସହାୟକର ସୁବିଧା ନେବା ପାଇଁ ପରାମର୍ଶ ଦେଇଥିଲେ । ବରଗଡ଼ ପୌର ପରିଷଦ ଅନ୍ତର୍ଗତ ନିଶାମଣି ଉଚ୍ଚ ବିଦ୍ୟାଳୟ ପଡ଼ିଆଠାରେ ବିଭିନ୍ନ ସଂଗଠନ, ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ଏବଂ ବୁଦ୍ଧିଜୀବୀ ଜନସାଧାରଣଙ୍କ ସହିତ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହିତ ଦାବୀପତ୍ର ଗ୍ରହଣ କରିଥିଲେ । ପରେ ସମ୍ବଲପୁରୀ ବସ୍ତ୍ରାଳୟ ପରିଦର୍ଶନ କାର୍ଯ୍ୟକ୍ରମରେ ଯାଇ ବୁଣାକାର ଭାଇମାନଙ୍କ ସହିତ ଭେଟି ସେମାନଙ୍କର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ମୁଖ୍ୟମନ୍ତ୍ରୀ ମତେ ଆପଣମାନଙ୍କର ସୁଖ ଦୁଃଖ ବୁଝିବା ପାଇଁ ପଠାଇଛନ୍ତି ଏବଂ ମୁଁ ଏଠାକୁ ଆସିବା ପରେ ଆପଣମାନଙ୍କ ଠାରୁ ବହୁତ ଦରଖାସ୍ତ ପାଇଲି । ଏସବୁ ଦରଖାସ୍ତ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଅଣାଯାଇ ଉଚିତ୍ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।

jay balangir
Leave A Reply

Your email address will not be published.

5 × one =

error: Content is protected !!