om academy

ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳକୁ ଦିନିକିଆ ଗସ୍ତ କରିଛନ୍ତି ପଶ୍ଚିମ ଓଡିଶା ଯାଦବ ବିକାଶ ପରିଷଦର ଅଧ୍ୟକ୍ଷ

jsm

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀର ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳକୁ ଦିନିକିଆ ଗସ୍ତ କରିଛନ୍ତି ପଶ୍ଚିମ ଓଡିଶା ଯାଦବ ବିକାଶ ପରିଷଦର ଅଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା ବଳରାମ ସିଂ ଯାଦବ । ସେ ବ୍ଲକର କୁଣ୍ଡାବୁଟୁଲା ପଞ୍ଚାୟତ ବାଦିଚକା ଗ୍ରାମରେ ଚାଲିଥିବା ଷୋହଳ ପହରୀ ନାମଯଜ୍ଞରେ ଯୋଗଦାନ କରି ପ୍ରଭୁଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ । ଅନ୍ୟ ପକ୍ଷରେ ବଙ୍ଗୋମୁଣ୍ଡା ବ୍ଲକ ଅବହେଳିତ ଅଂଚଳ ଭାବେ ବେଶ ଜଣାଶୁଣା । ଏହି ଅଞ୍ଚଳରୁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଶ୍ରମିକମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ସରକାର ଦାଦନ ରୋକିବାରେ ବିଫଳ ହେଉଥିବା ଯୋଗୁଁ ସେ କ୍ଷୋଭ ପ୍ରକାଶ କରିଥିଲେ । ଆଗାମୀ ଦିନରେ କିପରି ଭାବେ ଅଞ୍ଚଳର ବିକାଶ ହୋଇ ପାରିବ ସେ ସମ୍ପର୍କରେ ଲୋକମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଲୋକମାନେ ବିଭିନ୍ନ ସମସ୍ୟା ନେଇ ଶ୍ରୀ ଯାଦବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଓ ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ଗାଁକୁ ଗସ୍ତ କରିଥିଲେ । ସେଠାରେ ଲୋକେ ତାଙ୍କୁ ବନ୍ଦାପନା କରିବା ସହ ପାଛୋଟି ନେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.

2 − two =