oom

ପୋଲିସ୍ ପଞ୍ଝାରେ ଦୁଇ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ସହ ଗଞ୍ଜେଇ ଜବତ : ଡାକ୍ତରୀ ପରୀକ୍ଷା ବେଳେ ଜଣଙ୍କ କରୋନା ପଜିଟିଭ୍ ଚିହ୍ନଟ, ପୋଲିସ୍ ନାକେଦମ୍

jsmm

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ପୋଲିସ୍ ହାବୁଡ଼ରେ ଦୁଇ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀ ଧରାପଡିଛନ୍ତି । ପ୍ରକାଶ ଯେ, ଅର୍ଣ୍ଣପୂର୍ଣ୍ଣା ନାମକ ଏକ ଘରୋଇ ବସରେ ଗଞ୍ଜେଇ ନେଇ ଯିବାବେଳେ ଦୁଇଜଣ ଗଞ୍ଜେଇ ମାଫିଆଙ୍କୁ କାବୁ କରିଛି କୋଟଗଡ଼ ପୋଲିସ୍ । ସେମାନଙ୍କ ନିକଟରୁ ୧୦ କିଲୋ ୧୫୦ ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସୂଚନା ପ୍ରକାରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ କୋଟଗଡ଼ ଥାନା ଅଧିକାରୀ ଅଲେଖ ଗରଡ଼ିଆଙ୍କ ନିର୍ଦେଶ କ୍ରମେ ଏସ ଆଇ ବିକ୍ରମ କେଶରୀ ଦେହୁରୀ ସଦଳବଳ ସହ କୋଟଗଡ଼ ପାହାଡି ଢ଼ାବା ନିକଟରେ ଅର୍ଣ୍ଣପୂର୍ଣ୍ଣା ନାମକ ଏକ ଘରୋଇ ବସ୍‌କୁ ଅଟକାଇ ଛାନ୍‌ ଭିନ୍‌ କରିଥିଲା ଓ ବସରୁ ଜାମସେଦପୁରର ଦୁଇ ଗଞ୍ଜେଇ ମାଫିଆଙ୍କୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ୍ । ସେମାନଙ୍କ ବିରୁଦ୍ଧରେ କେସ୍ ନଂ ୩୫/୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ପଠାଇବା ପୂର୍ବରୁ କୋଟଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରୀ ପରୀକ୍ଷା କରାଯିବା ବେଳେ ସେଥିମଧ୍ୟରୁ ଜଣେ ଅଭିଯୁକ୍ତର କରୋନା ପଜିଟିଭ୍ ରିପୋର୍ଟ ବାହାରିଥିବା ଜାଣାପଡ଼ିଥିଲା । ଯାହା ଫଳରେ କୋଟଗଡ଼ ପୋଲିସକୁ ନାକେଦମ୍ ହେବାକୁ ପଡିଥିଲା ଓ ଗୋଟିଏ ଦିନ ବିଳମ୍ବରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ଏହାପରେ କୋଟଗଡ଼ ଥାନା ପରିସରକୁ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯାଇଥିବା ଦେଖିବାକୁ ମିଳିଛି ।

jittmm
Leave A Reply

Your email address will not be published.