ବିପୁଳ ପରିମାଣର ଗଞ୍ଜେଇ ସହ ଟ୍ରକ ଜବତ

ରାୟଗଡ଼ା : ରାୟଗଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ରାୟପୁରକୁ ଖାଲି କାଟୁନ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ ବିପୁଳ ପରିମାଣର ଗଞ୍ଜେଇ ସହ ବ୍ୟବହୃତ ଟ୍ରକକୁ ଜବତ କରିବାରେ ସଫଳ ହୋଇଛି । ଟ୍ରକ ମାଲିକଙ୍କୁ ଅଟକ ରଖି ପୋଲିସ ପକ୍ଷରୁ ପଚରା ଉଚରା ଚାଲିଥିବା ଜଣାପଡ଼ିଛି । ଆଜି ରାୟଗଡା ଉପକଣ୍ଠ ଆମ୍ବଗୁଡା ନିକଟରୁ ଗଞ୍ଜେଇ ଜବତ ହୋଇଥିବା ବେଳେ ଟ୍ରକରେ ଥିବା ଅନ୍ୟମାନେ ଖସି ପଳାଇବାରେ ସକ୍ଷମ ହୋଇଥିବା ସୂଚନା ମିଳିଛି । ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.