pakka

ପୁଇଁନ୍ତଲା ପୋଲିସ ଦ୍ୱାରା ୨ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ

bbehera

ପୁଇଁତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ପୋଲିସ ଦ୍ୱାରା ୨ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ ହୋଇଥିବା ନେଇ ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଭୈରବୀ ବସରେ ୨ ଜଣ ଅଭିଯୁକ୍ତ ୧୭.୮୦୦ କେଜି ଗଞ୍ଜେଇ ଚାଲାଣ କରୁଥିବା ବେଳେ ସେମାନେ ପୋଲିସ ହାତରେ ଧରାପଡିଛନ୍ତି । ଗିରଫ ହୋଇଥିବା ୨ ଜଣ ଅଭିଯୁକ୍ତ ହେଲେ ବିହାର ରାଜ୍ୟର ଔରଙ୍ଗାବାଦ ନିବାସୀ ନିଥିଲେଶ ସିଂହ(୫୬) ଏବଂ ଝାରଖଣ୍ଡ ରାଜ୍ୟର ହରିହରଗଞ୍ଜ ନିବାସୀ ଭାରତ କୁମାର ବଇଦ(୨୨) ।

Leave A Reply

Your email address will not be published.

one × two =