csstore

ଗଞ୍ଜାମ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନା ଦେବା ସାଂଗକୁ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଅଗ୍ରାଧିକାର ଦେଇ କୃତୀତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ଦେଇ ପୁରସ୍କାର/ ରାଶି ଆକାରରେ/ ବୃତ୍ତିନାମା ସମ୍ମାନରେ ସମ୍ମାନୀତ କରି ଉତ୍ସାହିତ କରାଯାଇଛି । ଜିଲ୍ଲାସ୍ତରୀୟ ଏହି ବର୍ଣ୍ଣାଢ଼୍ୟ ସମାରୋହରେ ଶିକ୍ଷଣୀୟ ସମ୍ବନ୍ଧୀୟ ବିବିଧ ପ୍ରଦର୍ଶନୀ ମେଳା ଓ ସାଂସ୍କୃତିକ ସମ୍ଭାରର ଆୟୋଜନ ହୋଇ ବିଶ୍ୱ ଭିନ୍ନକ୍ଷମ ଦିବସର ମହତ୍ତ୍ୱକୁ ପ୍ରତିପାଦନ କରାଯାଇଛି । ଛତ୍ରପୁର ମୁଖ୍ୟ ଷ୍ଟାଡିୟମରେ ଆୟୋଜିତ ଏହି ମହୋତ୍ସବରେ ଗଞ୍ଜାମ ଏସ୍‌ପି ଜଗମୋହନ ମୀନା, ଜିଲ୍ଲା ପରିଷଦ ପ୍ରକଳ୍ପ ନିର୍ବାହୀ ଅଧିକାରୀ ଭି.କୀର୍ତ୍ତି ଭାଷନ, ଜିଲ୍ଲା ଶିକ୍ଷାଅଧିକାରୀ ତଥା ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ଅମୀତା ପଟ୍ଟନାୟକ, ଜିଲ୍ଲା ଭିନ୍ନକ୍ଷମ ଶିକ୍ଷା ସମ୍ବଳ ଅଧିକାରୀ ତପନ ସାହୁ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ପ୍ରଣୀତ ବାର୍ଷିକ ସଂଖ୍ୟା “ପ୍ରୟାସ” ଅତିଥୀମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।

jayashree
Leave A Reply

Your email address will not be published.