୧୧ କୁଇଣ୍ଟାଲ ୮ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କଲା ବଲାଙ୍ଗିର ପୋଲିସ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୋଲିସର ବଡ଼ ପ୍ରେସମିଟ । ପ୍ରେସମିଟରେ ଯୋଗଦେଲେ ଆଇଜି ହିମାଂଶୁ ଲାଲ । ଆଉ ଦେଲେ ବଡ଼ ସୂଚନା । ଆଇଜି ହିମାଂଶୁ ଲାଲଙ୍କ ସୂଚନା ଅନୁସାରେ ବଲାଙ୍ଗିର ପୋଲିସ ୧୧ କୁଇଣ୍ଟାଲ ୮ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଯାହା କି ବଲାଙ୍ଗିର ପୋଲିସ ପାଇଁ ଏକ ବଡ଼ ସଫଳତା । ଡିଜିଙ୍କ ନିର୍ଦ୍ଦେଶ କ୍ରମେ ସାରା ଓଡ଼ିଶାରେ ଅପରେସନ ଗଜ ଚାଲିଥିବା ବେଳେ ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ପୋଲିସ ଅପରେସନ ଗଜରେ ଏହି ୧୧ କୁଇଣ୍ଟାଲ ୮ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୧୦ ଲକ୍ଷା ଟଙ୍କା ହୋଇଥିବା ଜଣାପଡିଛି । ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ପୋଲିସ ପକ୍ଷରୁ ପେଟ୍ରୋଲିଂ କରାଯାଉଥିବା ବେଳେ ଗୁଡଭେଳା ତୁଷୁରା ରାସ୍ତାରେ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ତେଣ୍ଡୁଲିଖୁଣ୍ଟି କଲେଜ ସମ୍ମୁଖରେ ସିଜି ୦୪ ଏମ ଜେଡ ୪୨୯୦ ନମ୍ବର ଥିବା ଏକ ନାଲି ରଙ୍ଗର ମିନିଟ୍ରକ ଆସୁଥିଲା । ହେଲେ ପୁଲିସକୁ ଦେଖି ଡ୍ରାଇଭର ଗାଡି ଛାଡି ଫେରାର ମାରିଥିଲା । ପରେ ପୁଲିସ ମିନିଟ୍ରକକୁ ସନ୍ଦେହରେ ଯାଞ୍ଚ କରିବା ପରେ ଖୁଦ ଚାଉଳ ବସ୍ତା ସହ ବିପୁଳ ଗଞ୍ଜେଇ ଥିବାକୁ ଜଣାପଡିଥିଲା ।

Leave A Reply

Your email address will not be published.