ଡେଲାଙ୍ଗରେ ଅଗ୍ରପୂଜ୍ୟ ଶ୍ରୀ ଗଣେଶ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାଦ୍ରବ ଶୁକ୍ଳ ଚତୁର୍ଥୀକୁ ଆମେ ଗଣେଶ ଚତୁର୍ଥୀ ଭାବେ ପାଳନ କରୁ । ଶ୍ରୀ ଗଣେଶ ଭାଦ୍ରବ ଶୁକ୍ଳ ଚତୁର୍ଥୀ, ମଧ୍ୟାହ୍ନ, ସୋମବାର, ସ୍ୱାତୀ ନକ୍ଷତ୍ର ଯୋଗ ଓ ତୁଳା ରାଶିରେ ଶଙ୍କର ଭବାନୀଙ୍କ ପୁତ୍ର ରୂପେ ପ୍ରକଟ ହୋଇଥିଲେ । ତାଙ୍କର ଏହି ଜନ୍ମଦିବସକୁ ଆମେ ଗଣେଶ ଚତୁର୍ଥୀ ରୂପେ ପାଳନ କରି ସିଦ୍ଧିଦାତା ଶ୍ରୀ ଗଣେଶଙ୍କୁ ପୂଜା କରିଥାଉ । ଏହି ଦିନ ଶ୍ରୀ ଗଣେଶଙ୍କ ପୂଜା, ଧ୍ୟାନ ସହ ତାଙ୍କର ଅଷ୍ଟ ନାମ ବିନାୟକ, ବିଘ୍ନରାଜ, ଦ୍ୱୟମାତୁର, ଏକ ଦନ୍ତ, ରଣାଧିପ, ହେରମ, ଲମ୍ବୋଦର, ଗଜାନନ ଆଦିକୁ ଚିନ୍ତନ, ମନନ କଲେ ଅଶେଷ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଶ୍ରୀ ଗଣେଶ ହେଉଛନ୍ତି ବିଦ୍ୟାର ଭଣ୍ଡାର, ବିଦ୍ୟାଦାତା, ସିଦ୍ଧିଦାତା, ସର୍ବ ବିଘ୍ନବିନାଶକାରୀ । ଗଣେଶ ଚତୁର୍ଥୀର ପବିତ୍ର ଦିନରେ ଡେଲାଙ୍ଗର ସମସ୍ତ ପୁରପଲ୍ଲୀ, ସ୍କୁଲ, କଲେଜ, ଶିଶୁ ମନ୍ଦିର, ବୈଷୟିକ ଶିକ୍ଷାନୁଷ୍ଠାନ, କ୍ଲବ ସମେତ ବିଭିନ୍ନ ବଜାର କମିଟି ତଥା ବ୍ୟବସାୟୀ ସଂଘ ପକ୍ଷରୁ ସୁସଜ୍ଜିତ ମେଢ଼, ତୋରଣ ସାଙ୍ଗକୁ ଆକର୍ଷଣୀୟ ପୂଜାମଣ୍ଡପରେ ଶ୍ରୀ ଗଣେଶଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ଘୋରଡିଆ ବଜାର, କଲ୍ୟାଣପୁର ବଜାର, ଡେଲାଙ୍ଗ ହାଟ ବଜାର, ବାୟା ବଜାର, ଡେଲାଙ୍ଗ ଷ୍ଟେସନ ବଜାର, ଇଂଦିପୁର ବଜାର, ଅରିଶଲ ବଜାର, ମୋଟରି ବଜାରର ବଣିକ ସଂଘ ତଥା ପୂଜା କମିଟି ପକ୍ଷରୁ ବହୁ ଆଡ଼ମ୍ବର ସହିତ ଅଗ୍ରପୂଜ୍ୟ ଶ୍ରୀ ଗଣେଶ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

Leave A Reply

Your email address will not be published.

sixteen − 9 =