csstore

ଆପ୍ ପକ୍ଷରୁ ବ୍ରହ୍ମପୁର ସହରର ଗାନ୍ଧୀ ନଗରରେ ଗାନ୍ଧୀ ଜୟନ୍ତୀ ପାଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜାତିୟ ପିତା ମହାତ୍ମା ଗାନ୍ଧୀଙ୍କ ୧୫୫ତମ ଏବଂ ଶାନ୍ତିଦୂତ ଲାଲ ବହାଦୁର ଶାସ୍ତ୍ରୀଙ୍କ ୧୨୦ତମ ଜୟନ୍ତୀ ଦିବସ ଅବସରରେ ବ୍ରହ୍ମପୁର ସହରର ଗାନ୍ଧୀ ନଗରରେ ଠାରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଆପ୍ ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ଧର୍ମ ନିରପେକ୍ଷ ରାଷ୍ଟ୍ରର ପ୍ରମୁଖ ଶକ୍ତି ଏକାଠି ହେବାକୁ ଆହ୍ୱାନ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ସୁବାଷ ରାଉତ, ଆଦିତ୍ୟ ରଥ, କୈଳାଶ ସେଠୀ, ନିଭାସ୍ମିତା ପ୍ରଧାନ, ପ୍ରଦୀପ ଚୌଧୁରୀ, ଗଣେଶ ପାତ୍ର, ଗୌରାଙ୍ଗ ଦାସ, ସୁଦର୍ଶନ ମଲ୍ଲିକ, ବିଷ୍ଣୁ ରଣା, ଡ଼ଃ. ରତିକାନ୍ତ ନାୟକ, ସୁନୀଲ ଆଚାର୍ଯ୍ୟ, ଅଭିମନ୍ୟୁ ଦଳାଇ, ଯୋଗେନ୍ଦ୍ର ବେହେରା, ରମେଶ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.